
ଭୁବନେଶ୍ୱର, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଢେଙ୍କାନାଳ, ବାଲେଶ୍ୱର ଓ ମୟୂରଭଞ୍ଜରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।
ସେ କହିଛନ୍ତି ଯେ ଅଂଶୁଘାତରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଥି ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ଅଭିଯୋଗ ନେଇ ତଦନ୍ତ ଚାଲିଛି ।
ସେ କହିଛନ୍ତି ଯେ ରାଜ୍ୟରେ ମୋଟ୍ ୭୮୬ ଅଂଶୁଘାତ ମାମଲା ଆସିଛି ।