ବଲାଙ୍ଗିର , ବଲାଙ୍ଗିର ରେଲୱେ ଷ୍ଟେସନ ଗତ କେତେ ଦିନ ହେଲା ଶିଶୁ ମହିଳା ବିକଳାଙ୍ଗ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମରଣ ଯନ୍ତା ହୋଇଛି । ଦେଶର ଯେଉଁ କେତେଟା ଅମୃତ ଭାରତ ଷ୍ଟେସନ ନାମରେ ଭଙ୍ଗା ଯାଇ ନୂତନ ଯୋଜନା ଅନୁସାରେ ନୂଆ କାମ ହେବାକୁ ଯାଉଛି ତାହା ମଧ୍ୟରେ ବଲାଙ୍ଗିର ଅନ୍ୟତମ । ପୁରୁଣା ୧୯୬୩ ରେ ନିର୍ମିତ ଓ ପରେ ପରେ ଉନ୍ନୀତ ହୋଇଥିବା ବଲାଙ୍ଗିର ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମ ଉପରେ ଥିବା ପୁରାତନ ବିଲ୍ଡିଂ ଓ ଘର ମାନଙ୍କୁ ଭାଙ୍ଗି ଦିଆଯାଇ ଥିବା ବେଳେ ଅସୁରକ୍ଷିତ ଭାବରେ ପ୍ଲାଟଫର୍ମ କୁ ଅଧା ଅଞ୍ଚଳ କୁ ଆଇରନ ପ୍ଲେଟ ଗୁଡ଼ିକ ଲଗାଇ ଷ୍ଟେସନ ମୁଖ୍ୟ ଦ୍ୱାରକୁ ବନ୍ଦ କରି ଦିଆଯାଇଛି ।ନୂତନ ଅସ୍ଥାୟୀ ଭାବରେ ଜି ଆର ପି ଟ୍ରେନିଂ ସେଣ୍ଟର୍ ରାସ୍ତା କୁ ମୁଖ୍ୟ ଦ୍ୱାର ଭାବରେ ବ୍ୟବହାର କରିବା କୁ ଅସ୍ଥାୟୀ ରାସ୍ତା କରାଯାଇଥିବା ବେଳେ ସବୁ ଅଞ୍ଚଳ ଆବୁଡ଼ା ଖାବୁଡ଼ା ହୋଇ ଅଧ ଭଙ୍ଗା ଖାଲ ଖମା ରେ ଭର୍ତ୍ତି ହୋଇ ଥିବା ଯୋଗୁଁ ବରିଷ୍ଠ ନାଗରିକ ମହିଳା ଶିଶୁ ବିକଳାଙ୍ଗ ମାନେ ଦିନ ପ୍ରତିଦିନ ରାସ୍ତା ଖୋଜିବା କୁ ଓ ପ୍ଲାଟଫର୍ମ ଭିତରକୁ ଓ ଗାଡି ରୁ ଓହ୍ଲାଇ ବାହାରକୁ ଯିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇ ପ୍ଲାଟଫର୍ମ ଭିତରେ ବାହାରେ ପଡ଼ିଯାଇ ଖଣ୍ଡିଆ ଖାବରା ହେଉଥିବା ଦେଖା ଯାଉଚି । ରେଳ ବିଭାଗ ନୂଆଁ କରିବା ପାଇଁ ପୁରାତନ ଷ୍ଟେସନ ବିଲଡିଂ କୁ ନଭାଙ୍ଗି ଏହାକୁ ହେରିଟେଜ ଷ୍ଟେସନ ଭାବରେ ରଖାଯାଇ ରେଳ ବିଭାଗ ପାଖରେ ଥିବା ଅନେକ ବିସ୍ତୀର୍ଣ୍ଣ ଅଞ୍ଚଳ ଏପରିକି ଷ୍ଟେସନ ରୁ ଗୋଟିଏ ଦୁଇ କିଲୋମିଟର ଆଗକୁ କିମ୍ବା ଅପର ପଟେ ନୂତନ ଷ୍ଟେସନ ନିର୍ମାଣ କାମ କରିଥିଲେ ଏହି ଅସୁବିଧା ହୋଇ ନ ଥାନ୍ତା ନୂତନ କାମ ସରିବା ପରେ ତାକୁ ବ୍ୟବହାର କରାଯାଇ ପାରିଥାନ୍ତା । ବ୍ୟବସାୟିକ ଦୃଷ୍ଟିରୁ ନୂତନ ଅଞ୍ଚଳ ବିଭାଗକୁ ମିଲିଥାନ୍ତା । ଭଙ୍ଗା ନିର୍ମାଣ ରେ ସମୟ ଓ ଅର୍ଥ ବିନିଯୋଗ କମ୍ ହୋଇ ବିଭାଗ କୁ ଲାଭ ହେବା ସଙ୍ଗେ ସଙ୍ଗେ ଅଯଥା ପୁରାତନ ନିର୍ମାଣ ନଷ୍ଟ ହୋଇ ନଥାନ୍ତା । ଏବେ ରେଳ ଷ୍ଟେସନ ଓ ପାର୍କିଂ ଏରିଆ ମଧ୍ୟରେ ଗୋଟିଏ କିଲୋମିଟର ରୁ ଅଧିକ ଦୂରତା ରହୁଚି ଗୋଟିଏ ପଟେ ସାଇକେଲ ଓ ବାଇକ୍ ମୋଟର ସାଇକେଲ ପାର୍କିଂ ଥିବା ବେଳେ ଅନ୍ୟ ପଟେ ଷ୍ଟେସନ ର ପ୍ରବେଶ ପଥ ରହିଛି । ପ୍ରବେଶ ପଥଟି ଆଗରେ ଯିବା ଆସିବା କମ ସ୍ତ୍ତାନ ଥିବା ବେଳେ ଏଠାରେ ଡ୍ରୁଫ ଆଣ୍ଡ ବେକ ପାଇଁ ସ୍ଥାନ ଅଭାବ ରହୁଚି ଆଗରୁ ୫/ ୧୦ ମିନିଟ ଲାଗୁଥିବା ଯିବା ଆସିବା କାମ ଏବେ ୨୦ ମିନିଟ ଲାଗୁଚି । ଜଣେ ବାଇକ୍ ରଖି ବୁକିଂ ରୁ ଟିକଟ ନେଇ ଗାଡି ପାଖକୁ ଯିବାକୁ ଅଧଘଣ୍ଟା ଲାଗୁଚି । ତେଣୁ ଲୋକଙ୍କ ସୁବିଧା ଜନକ ସ୍ଥିତିର ବ୍ୟବସ୍ତା କରାଯିବାକୁ ଦାବି ହେଉଛି ।
ଏପଟେ ୧ ନମ୍ବର ପ୍ଲାଟଫର୍ମ ଉପରେ କାମ ହେଉଥିବା ବେଳେ ୨ ନମ୍ବର ପ୍ଲାଟଫର୍ମ ଉପରେ ଥିବା ସେଡ (ଛାଉଣୀ )ଗୁଡ଼ିକ ର ଉପର ଛାଉଣୀ ଏହି ଖରା ଦିନ ରେ କାହିଁକି ବାହାର କରି ଦିଆ ଯାଇଛି ବୁଝା ପଡୁନାହିଁ । ବଲାଙ୍ଗିର ଜିଲ୍ଲା ରେ ୪୪ / ୪୫ ଡିଗ୍ରୀ ଉତ୍ତାପ ରେ ଯାତ୍ରୀ ମାନଙ୍କ ଅସୁବିଧା ପ୍ରତି ବିଭାଗ ସାମାନ୍ୟ ତମ ଧ୍ୟାନ ନଦେଇ ବିଭାଗୀୟ ଅଧିକାରୀ ବୈଷୟିକ କର୍ମଚାରୀଙ୍କ ବେପରୁଆ କାମ ପାଇଁ ଅସନ୍ତୋଷ ପ୍ରକାଶ ପାଉଛି । ରେଳ ବିଭାଗ ରେ
ବିଭିନ୍ନ ସମୟରେ ଭାଙ୍ଗିବା ନିର୍ମାଣ କରିବା ସେଥିରେ ପୁଣି ନିର୍ମାଣ କାମ ରେ ଜଳ ସିଞ୍ଚନ ନକରି ନିର୍ମାଣ କାମ କୁ ଅସ୍ଥାୟୀ ଯେପରି କରା ଯାଇଥାଏ । ରେଳ ବିଭାଗ ଉପରେ ଦୈନିକ ଲକ୍ଷ ଲକ୍ଷ ଲୋକ ନିର୍ଭର କରି ଏହା ବ୍ୟବହାର କରୁଥିବା ବେଳେ ବିଭାଗୀୟ କର୍ମଚାରୀ ମାନେ ବେପରୁଆ ମନୋଭାବ ଦେଖଉଛନ୍ତି । ଭାଙ୍ଗିବା କରିବା ରେ ବିଭାଗୀୟ ଅଧିକାରୀ ମାନଙ୍କ ଉଦ୍ଦେଶ୍ୟ କଣ ସବୁଦିନିଆ ମଜଭୁତ କାମ ନକରି କେବଳ କାମ କରିଗଲେ ତାହା କେତେ ଦିନ ରହିବ । ଏବେ ଭଙ୍ଗାଯାଉଥିବା ପୁରାତନ କାମକୁ ଭାଙ୍ଗିବା ବେଳେ ବଡ଼ ବଡ଼ ମେସିନ ପାରୁ ନଥିଲା ବେଳେ ନୂଆଁ କାମ ସେପରି ହେବଟି । ଭୁବନେଶ୍ୱର ରେ ଷ୍ଟେସନ କୁ ୱାଲ୍ଡ କ୍ଲାସ କରିବା କୁ ୪ରୁ ୫ ବର୍ଷ ହେଲା କାମ ଅଗ୍ରଗତି କରି ପାରୁନଥିଲା ବେଳେ ଏହି ମାସ ରେ ଆରମ୍ଭ ହୋଇଥିବା କାର୍ଯ୍ୟ କେବେ ସରିବ ବଲାଙ୍ଗିର ଲୋକେ କେବେ ଆଧୁନିକ ସୁବିଧା ସମ୍ପନ୍ନ ରେଳ ଷ୍ଟେସନ କେତେ ଦିନକୁ ପାଇବେ ତାହା ଦେଖିବାକୁ ବାକି ରହିଲା ।