
ବଲାଙ୍ଗିର, ତୁଷୁରା- ଗୁଡଭେଲା ବ୍ଲକ ରାସ୍ତାର ଡାହିମାଲ ଛକ ଠାରେ ତୁଷୁରା ତହସିଲଦାର ଲକ୍ଷ୍ମଣ ଅମାତଙ୍କ ଉପସ୍ଥିତରେ ଫ୍ଳାଇଂ ସ୍କ୍ୱାର୍ଡ ଟିମ୍ ତିନି ଜଣଙ୍କ ଠାରୁ ଗତକାଲି ପ୍ରାୟ ୯ଲକ୍ଷ ଏକ ହଜାର ଆଠଶହ ଟଙ୍କା ଜବତ ହୋଇଥିବା ତୁଷୁରା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ ପ୍ରକାଶ କରିଛନ୍ତି । ପ୍ରଫୁଲ୍ଲ ସା ଠାରୁ ୫୧୮୦୦ ଟଙ୍କା, ତୁସରା ରାଇସ ମିଲ ରବିନ ଜୈନ ପାଖରୁ ୫୦୦୦୦୦ ଓ ମହିବର ଗୁଜ୍ଜର ରାଜସ୍ତାନ୍ ପିକଅପ୍ ଭେନ ରୁ ୩ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି ଓ ତେବେ ଏହି ଟଙ୍କା କେଉଁ ଠାରୁ କେଉଁଠିକୁ ଯାଉଥିଲା ସେ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଜବତ ଟଙ୍କା ନିର୍ବାଚନ ସ୍କ୍ୱାର୍ଡ କୁ ହସ୍ତାନ୍ତର କରିବା ସହ ଏହି ସଂକ୍ରାନ୍ତରେ ଖର୍ଚ୍ଚ କିମ୍ବା ଏଥିସହ ସମ୍ପର୍କିତ ତାହା ଖୋଲତାଡ଼ ଚାଲିଛି । ଉପଯୁକ୍ତ ପ୍ରମାଣ ଦେଇ ସେମାନେ ଟଙ୍କା ନେଇ ପାରିବେ ବୋଲି ଜଣାପଡିଛି ।