ମାଲକାନଗିରି,ମାଲକାନଗିରି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଜିଲ୍ଲା ପ୍ରଶାସନ ଓ ମାଲକାନଗିରି ଜିଲ୍ଲା ଯୁବ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ରେଡ଼କ୍ରସର ପତାକା ଉତ୍ତୋଳନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଥମେ ରେଡ଼କ୍ରସର ପ୍ରତିଷ୍ଠାତା ସାର ଜିନ ହେନେରୀ ଡୁନାଣ୍ଟଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତତପରେ ମହାବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯିବା ପରେ ଜିଲ୍ଲା ଯୁବ ରେଡ଼କ୍ରସ ତଥା ଜିଲ୍ଲା ରେଡ଼କ୍ରସର ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସହକାରୀ ବନ ସଂରକ୍ଷଣ ଅଧିକାରୀ ମନସୁନ ଖେମୁଣ୍ଡୁ ତାଙ୍କ ଅଭିଭାଷଣରେ ରେଡ଼କ୍ରସ ଭଳି ଏକ ପବିତ୍ର ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପରିପ୍ରକାଶ କରିବା ସହିତ ଏଥିରେ ଯୋଗଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ରଶ୍ମି ରଞ୍ଜନ ଜେନା ରେଡ଼କ୍ରସର ପରିକଳ୍ପନା ଏବଂ ହେନେରୀ ଡୁନାଣ୍ଟ ଙ୍କ ସ୍ୱପ୍ନ କିପରି ପୃଥିବୀକୁ ଏକ ନୂତନ ଦିଶା ଦେଖାଇବ ସେ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକାରୀ ତପନ ନାରାୟଣ ରଥ ଯୋଗଦେଇ ଏଭଳି ଏକ ସେବା ଅନୁଷ୍ଠାନର ସମସ୍ତେ ଶ୍ରମଦାନ ସହିତ ଆର୍ôଥକ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଶେଷରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଡ଼କ୍ରସ ସୋସାଇଟିର ଉପସଭାପତି ବେଦବର ପ୍ରଧାନ ବିଭିନ୍ନ ପ୍ରକାର ସଂକଟର ମାନବିକତା ମୂଲ୍ୟବୋଧର ଅବକ୍ଷୟ ପୃଥିବୀକୁ ଉନ୍ନତି ପରିବର୍ତ୍ତେ ଆହୁରି ସଂକଟାପନ୍ନ କରି ଦେଉଛି!ତେଣୁ ନିଃସ୍ୱାର୍ଥପର ସେବା ମନୋବୃତ୍ତିକୁ ଉଜ୍ଜୀବିତ କରି ଛାତ୍ରଛାତ୍ରୀ ଏକ ନୂତନ ସମାଜ ଗଠନ ପାଇଁ ଆ ହ୍ୱାନ ଦେଇଥିଲେ । ଶେଷରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ରେଡ଼କ୍ରସର ଧନ୍ୟବାଦ ତାଳି ମରାଯାଇ ସଭା ସାଙ୍ଗ କରାଯାଇଥିଲା କ୍ଷ ଏଥିରେ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା,ଶିକ୍ଷକ ଶିକ୍ଷୟିତ୍ରୀ ତଥା ରେଡ଼କ୍ରସ ପ୍ରେମୀ ଯୋଗ ଦେଇଥିଲେ ।
Related Stories
November 22, 2024