-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର କରିମନଗର ଓ ୱାରାଙ୍ଗଲ ଠାରେ ବିଶାଳ ଜନସଭାରେ ଦେଲେ ଉଦବୋଧନ
ନୂଆଦିଲ୍ଲୀ, କରିମନଗର, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତେଲେଙ୍ଗାନାର କରିମନଗର ଏବଂ ୱାରଙ୍ଗାଲରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କଂଗ୍ରେସ ଓ ବିଆରଏସର ତୁଷ୍ଟିକରଣର ରାଜନୀତିର ବାସ୍ତବିକତାକୁ ଜନସାଧାରଣଙ୍କ ସମ୍ମୁଖରେ ସ୍ପଷ୍ଟ କରିଛନ୍ତି ।
ଏହି କାର୍ଯ୍ୟକ୍ରମ ଗୁଡ଼ିକରେ କରିମନଗର ପ୍ରାର୍ଥୀ ଶ୍ରୀ ବଣ୍ଡି ସଞ୍ଜୟ କୁମାର, ପେଦାପାଲ୍ଲି ପ୍ରାର୍ଥୀ ଶ୍ରୀ ଗୋମାସା ଶ୍ରୀନିବାସ, ଆଦିଲାବାଦ ପ୍ରାର୍ଥୀ ଶ୍ରୀ ଗୋଦାମ ନାଗେଶ, ୱାରଙ୍ଗାଲ ପ୍ରାର୍ଥୀ ଶ୍ରୀ ଅରୁରୀ ରମେଶ ଏବଂ ଦଳର ଅନ୍ୟ ବିଶିଷ୍ଟ ନେତାମାନେ ମଞ୍ଚରେ ଉପସ୍ଥିତ ଥିଲେ।
ଶ୍ରୀ ମୋଦୀ କହିଛନ୍ତି ଯେ ଗତକାଲି ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପର୍ଯ୍ୟାୟ ପରେ କଂଗ୍ରେସ ଏବଂ ଇଣ୍ଡି ମେଂଟର ତୃତୀୟ ଫ୍ୟୁଜ୍ ଉଡିଯାଇଛି। ନିର୍ବାଚନର ଚାରୋଟି ପର୍ଯ୍ୟାୟ ବାକି ଅଛି ଏବଂ ଜନସାଧାରଣଙ୍କ ଆଶୀର୍ବାଦରେ ବିଜେପି ଏବଂ ଏନଡିଏ ଶୀଘ୍ର ବିଜୟ ରଥକୁ ଆଗକୁ ନେଉଛନ୍ତି। କଂଗ୍ରେସ ମାଗ୍ନିଫାଇଂ ଗ୍ଲାସ ଜରିଆରେ ନିଜର ସିଟ ଖୋଜୁଛି । ମୁଁ ଏଠାରେ ଯେଉଁ ଉତ୍ସାହ ଦେଖୁଛି ତାହା ମୋତେ ଆହୁରି ଆଶ୍ୱସ୍ତ କରୁଛି ଯେ ଆଗାମୀ ପର୍ଯ୍ୟାୟରେ ଗୋଟିଏ ମାଗ୍ନିଫାଇଂଗ ଗ୍ଲାସ ଯଥେଷ୍ଟ ହେବ ନାହିଁ ଓ କଂଗ୍ରେସର ସିଟ ଖୋଜିବାକୁ ମାଇକ୍ରୋସ୍କୋପର ଆବଶ୍ୟକତା ପଡିବ ।
କରିମନଗରରେ କଂଗ୍ରେସର ପରାଜୟ ଏପରି ନିଶ୍ଚିତ ହୋଇ ସାରିଛି ଯେ ଯେ କଂଗ୍ରେସ ନିଜ ପ୍ରାର୍ଥୀଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବହୁ କଷ୍ଟରେ ରାଜି କରିବାକୁ ସକ୍ଷମ ହୋଇଛି ଏବଂ ଏହି କ୍ଷେତ୍ରରେ ବିଆରଏସର କୌଣସି ଚିହ୍ନ ବର୍ଣ ନାହିଁ। 40 ବର୍ଷ ପୂର୍ବେ ଯେତେବେଳେ ବିଜେପିର ମାତ୍ର 2 ସାଂସଦ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ୱାରଙ୍ଗାଲ ଅଞ୍ଚଳର ଥିଲେ। ବିଜେପି ପାଇଁ କଠିନ ସମୟରେ ମଧ୍ୟ ୱାରଙ୍ଗାଲ ଦଳ ସହ ଛିଡା ହୋଇଛି। ଜନସାଧାରଣଙ୍କ ଅନୁଗ୍ରହ ପରିଶୋଧ କରିବାକୁ, ଆମେ ଆପଣଙ୍କୁ ବିଆରଏସ ଏବଂ କଂଗ୍ରେସର କବଳରୁ ରକ୍ଷା କରିବା ପାଇଁ କୌଣସି କଥା ବାକି ରଖିବୁ ନାହିଁ । ବିକଶିତ ଭାରତ ଓ ବିକଶିତ ତେଲେଙ୍ଗାନା ହେଉଛି ଜନସାଧାରଣଙ୍କ ସ୍ୱପ୍ନ । ଜନସାଧାରଣ ଗତ ଦଶ ବର୍ଷରେ ମୋଦୀଙ୍କ କାମ ଦେଖିଛି, ଜନସାଧାରଣଙ୍କର ଗୋଟିଏ ଭୋଟରେ ଭାରତ ବିଶ୍ୱର ପଂଚମ ସବୁଠାରୁ ବଡ ଅର୍ଥନୀତି ହୋଇଛି, କାଶ୍ମୀରରୁ ଅନୁଚ୍ଛେଦ 370 ସମାପ୍ତ ହୋଇଛି ଓ ଭାରତ ପ୍ରତିରକ୍ଷା ଆମଦାନୀକାରୀ ଠାରୁ ପ୍ରତିରକ୍ଷା ରପ୍ତାନୀକାରୀ ହୋଇଛି ।
ଆମ ଦେଶରେ ସାମର୍ଥ୍ୟର କେବେ ଅଭାବ ନଥିଲା, କିନ୍ତୁ କଂଗ୍ରେସ ସରକାର ଅନେକ ବର୍ଷ ଯାଏ ଦେଶର ସମସ୍ତ ସାମର୍ଥ୍ୟକୁ ନଷ୍ଟ କରିଛି । ଦେଶର ଅର୍ଥବ୍ୟବସ୍ଥା, କୃଷି ଓ ଟେକ୍ସଟାଇଲ୍ସ କ୍ଷେତ୍ର ବର୍ଷବର୍ଷରୁ ଭାରତର ଶକ୍ତି ଥିଲା, କିନ୍ତୁ କଂଗ୍ରେସ ଏହାକୁ ବି ନଷ୍ଟ କରିଛି, କଂଗ୍ରେସ ଏହାର ସବୁଠୁ ବଡ କାରଣ ଅଟେ । ବିଜେପି ଓ ଏନଡିଏ 10 ବର୍ଷରେ ପ୍ରତି କ୍ଷେତ୍ରକୁ ଆଗକୁ ବଢାଇଛି । ବିଜେପି କୃଷି କ୍ଷେତ୍ର ଆଧୁନିକିକରଣ କରୁଛି । ଆଜି ଚାଷୀଙ୍କୁ କିଷାନ ନିଧି ମିଳୁଛି ଏବଂ ଚାଷୀଙ୍କୁ ଫସଲ ବୀମାର ଲାଭ ମିଳୁଛି । ଏନଡିଏ ସରକାର ଦେଶରେ ଟେକ୍ସଟାଇଲ ପାର୍କ ନିର୍ମାଣ କରୁଛନ୍ତି । ଆଜି କୌଶଳ ବିକାଶରୁ ନେଇ ଆର୍ଥିକ ସହାୟତା ଯାଏ ପ୍ରତି ସ୍ତରରେ ବିଜେପି ସରକାର ଲୋକଙ୍କ ସହ ରହିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ହେଉ କି ଇଂଡି ମେଂଟ ଯେଉଁଠାରେ କ୍ଷମତାକୁ ଆସିଛନ୍ତି ସେଠାରେ ରାଜ୍ୟ ଏମାନଙ୍କ ପାଇଁ ଏଟିଏମ ପାଲଟିଯାଇଛି । ଏବେ ଝାରଖଣ୍ଡରୁ ନୋଟ ଗଦା ଜବତ କରାଯାଇଛି, କଂଗ୍ରେସର ଜଣେ ସାଂସଦଙ୍କ ଘରୁ 3ଶହ କୋଟି ଟଙ୍କା ନଗଦ ଜବତ ହୋଇଥିଲା ଏବଂ ଯେତେବେଳେ ମୋଦି ଏମାନଙ୍କ କଳାଧନ ଓ ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି ସେତେବେଳେ ସେମାନେ ମୋଦିକୁ ଗାଳି ଦେଉଛନ୍ତି । ବିଆରଏସର ନୀତିଗୁଡିକ ବି ଅନୁସୂଚିତ ଜାତି ଓ ଜନଜାତିଙ୍କ ଧୋକା ଦେବା ଉପରେ ଆଧାରିତ ଅଟେ । 2014ରେ ବିଆରଏସ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆପଣଙ୍କ ନିକଟରେ ପ୍ରତିଶ୍ରୁତି କରିଥିଲା, ଯେତେବେଳେ ଏହି ପ୍ରତିଶ୍ରୁତି ପୂରଣ କରିବାର କଥା ଆସିଲା, ସେତେବେଳେ ପଛଘୁଂଚା ଦେଲା । ନିଜ ତୁଷ୍ଟିକରଣ ନୀତି କାରଣରୁ ବିଆରଏସ ନିର୍ଦ୍ଦିଷ୍ଟବର୍ଗଙ୍କୁ ଏକ ଆଇଟି ପାର୍କ ସମର୍ପଣ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଯେତେବେଳେ ଲୋକେ 2014ରେ ବିଜେପିକୁ ସୁଯୋଗ ଦେଲେ, ଆମେ ଜଣେ ଦଳିତ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଦେଇଥିଲୁ । ପୁଣି 2019ରେ ବିଜେପି ଦେଶକୁ ଜଣେ ଆଦିବାସୀ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛି, କିନ୍ତୁ କଂଗ୍ରେସ ମୁର୍ମୁଙ୍କ ରାଷ୍ଟ୍ରପତି ହେବାକୁ ବିରୋଧ କରିଛି କାରଣ କଂଗ୍ରେସର ଯୁବରାଗ ଆମେରିକାରେ ଜଣେ ‘ଦାର୍ଶନିକ ଓ ମାର୍ଗଦର୍ଶକ ଅଙ୍କଲ ଅଟନ୍ତି, ଯିଏକି କଂଗ୍ରେସର ଦ୍ୱନ୍ଦ୍ୱରେ ତୃତୀୟ ଅମ୍ପାୟାର ଭଳି କାମ କରନ୍ତି, ସେ କହିଥିଲେ ଯେ, ଶ୍ୟାମଳୀ ଚମଡା ବିଶିଷ୍ଟ ଲୋକେ ଆଫ୍ରିକୀୟ ଅଟନ୍ତି’ । କଂଗ୍ରେସ ଚମଡାର ରଙ୍ଗ ଦେଖି ଏହା ଗ୍ରହଣ କରିନେଇଛି ଯେ, ଶ୍ରୀମତି ଦ୍ରୌପଦୀ ମୁର୍ମୁ ଆଫ୍ରିକାରୁ ଆସିଛନ୍ତି ଏବଂ ଏଥିପାଇଁ ତାଙ୍କ ଚର୍ମର ରଙ୍ଗ ଶ୍ୟାମଳ ଅଟେ, ତେଣୁ ତାଙ୍କୁ ପରାସ୍ତ କରିବା ଜରୁରୀ । ଆମେ ଶ୍ରୀକୃଷ୍ଣଙ୍କ ପୂଜା କରୁଥିବା ଲୋକ, ଚର୍ମର ରଙ୍ଗରେ ଆମକୁ ଫରକ ପଡେନାହିଁ । ଆଜି ଯୁବରାଜଙ୍କ ଦର୍ଶନ ଯାହା ମୋର ଦେଶ ସଂପର୍କରେ କହିଲେ ଏବଂ ଗାଳିଦେଲେ ତାହା ସହିବା ଯୋଗ୍ୟ ନୁହେଁ । କଣ ଆମେ ଚର୍ମର ରଙ୍ଗ ଆଧାରରେ କୌଣସି ବ୍ୟକ୍ତିର ଯୋଗ୍ୟତା ନିର୍ଦ୍ଧାରିତକ କରିପାରିବା କି? ଚମଡାର ରଙ୍ଗ ଖେଳ ଖେଳିବାକୁ ଯୁବରାଜଙ୍କୁ କିଏ ଦେଇଛି ଅନୁମତି ? ସେ ଏଭଳି କହି ମୋର ଦେଶବାସୀଙ୍କର ଅପମାନ କରୁଛନ୍ତି ।
ଶ୍ରୀ ମୋଦି କହିଛନ୍ତି ବିଜେପି ରାଷ୍ଟ୍ର-ପ୍ରଥମ ସିଦ୍ଧାନ୍ତରେ ବିଶ୍ୱାସ କରିଥାଏ । କିନ୍ତୁ ଅନ୍ୟପଟେ କଂଗ୍ରେସ ଓ ବିଆରଏସ ତେଲେଙ୍ଗାନାରେ ପରିବାର-ପ୍ରଥମ ସିଦ୍ଧାନ୍ତରେ କାମ କରନ୍ତି । କଂଗ୍ରେସ ଓ ବିଆରଏସ ସମ୍ପୂର୍ଣ୍ଣ ଭାବେ ପରିବାରରେ, ପରିବାର ଦ୍ୱାରା ଓ ପରିବାର ପାଇଁ ଅଟନ୍ତି । ଏହି ଦୁଇଟି ଦଳ ଗୋଟିଲ ମୁଦ୍ରାର ଦୁଇଟି ପାର୍ଶ୍ୱ ଅଟନ୍ତି । କଂଗ୍ରେସ ଓ ବିଆରଏସକୁ ଏକତ୍ର ବାନ୍ଧୁଥିବା ଏକମାତ୍ର ରାସ୍ତା ଦୁର୍ନୀତି, ତୁଷ୍ଟିକରଣ ରାଜନୀତି, ଜିରୋ ଗଭର୍ଣ୍ଣାନ୍ସ ମଡେଲ ଅଟେ । ଏଥିପାଇଁ ଲୋକଙ୍କୁ ବିଜେପିକୁ ଭୋଟ ଦେଇ ତେଲେଙ୍ଗାନାରେ ଏହି ଦୁର୍ନୀତିଗ୍ରସ୍ତ ଦଳର ଜାଲରୁ ବଂଚାଇବାକୁ ପଡିବ । ନିଜ ପରିବାରର ହିତ ପାଇଁ ବିଆରଏଓ ତେଲେଙ୍ଗାନାର ସମସ୍ତ ପରିବାରର ସ୍ୱପ୍ନକୁ ଭାଙ୍ଗି ଦେଇଛି । କଂଗ୍ରେସର ଇତିହାସ ହେଉଛି ଯେ, ସ୍ୱାଧୀନତା ପରେ ଲୋକଙ୍କୁ କଂଗ୍ରେସ ଦେଶକୁ ଆଗକୁ ନେଇକରି ଯିବ ଏହି ଆଶା ଥିଲା, କିନ୍ତୁ ଦେଶର ହିତ ବଦଳରେ ନିଜ ପରିବାରକୁ ପ୍ରାଥମିକତା ଦେଇଥିଲା । ଦେଶ ଡୁବିଲେ ବି ଏମାନଙ୍କ ପରିବାରକୁ କୌଣସି ଫରକ ପଡିନାହିଁ । କଂଗ୍ରେସ ପରିବାର ପ୍ରଥମ ନୀତି ଯୋଗୁ ହିଁ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହା ରାଓଙ୍କ ବି ଅପାମନ କରାଯାଇଥିଲା ଏବଂ ତାଙ୍କ ବିୟୋଗ ପରେ ତାଙ୍କ ପାର୍ଥିବ ଶରୀରକୁ ସମ୍ମାନ ଦିଆଯାଇନଥିଲା । ବିଜେପି-ଏନଡିଏ ସରକାର ପି.ଭି ନରସିଂହା ରାଓଙ୍କୁ ଭାରତରତ୍ନରେ ସମ୍ମାନିତ କରି ତାଙ୍କ ପ୍ରକୃତ ଶ୍ରଦ୍ଧାଂଜଳି ଦେଇଛି । ଏହା ମୋ ପାଇଁ ଅତ୍ୟନ୍ତ ଖୁସିର କଥା ଯେ, କାଲି ମୋତେ ପି.ଭି ନରସିଂହା ରାଓଙ୍କ ପୁରା ପରିବାର ସହିତ ସାକ୍ଷାତ କରିବାର ଓ ତାଙ୍କ ବିଷୟରେ ଜାଣିବାର ସୌଭାଗ୍ୟ ମିଳିଲା । ତାଙ୍କ ପରିବାରର 3ପିଢିକୁ ଭେଟି ମୋତେ ଗର୍ବ ଅନୁଭବ ହୋଇଥିଲା ଯେ, ଗୋଟିଏ ପରିବାର ଦେଶ ପାଇଁ ଅନେକ କାମ କରିଛି, କିନ୍ତୁ କଂଗ୍ରେସ ଯାହା ସେହି ପରିବାର ସହିତ ବ୍ୟବହାର କରିଛି ତାହା ଅସହନୀୟ ଅଟେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି କଂଗ୍ରେସ ଓ ବିଆରଏସକୁ ଯୋଡୁଛି । ଉଭୟେ ପରସ୍ପର ଉପରେ ଦୁର୍ନୀତି ଅଭିଯୋଗ ଲଗାଇଥାନ୍ତି କିନ୍ତୁ ପଛରୁ ଉଭୟେ ଗୋଟିଏ ହିଁ ଦୁର୍ନୀତି ସିଣ୍ଡିକେଟର ଭାଗ ଅଟନ୍ତି । ବିଆରଏସ, କଂଗ୍ରେସ ଉପରେ କ୍ୟାସ ଫର୍ ଭୋଟର ଅଭିଯୋଗ ଲଗାଇଥାଏ କିନ୍ତୁ କେବେ ଏହାର ତଦନ୍ତ କରିନାହିଁ ଏବଂ ଏଭଳି କଂଗ୍ରେସ ବିଆରଏସ ଉପରେ କାଳୀଶ୍ୱରମ ଘୋଟାଲାର ଅଭିଯୋଗ ଆଣିଥିଲା, କିନ୍ତୁ କଂଗ୍ରେସ ବି ଏବେ ଯାଏ ବିଆରଏସ ଉପରେ କୌଣସି ତଦନ୍ତ ଆରମ୍ଭ କରିନାହିଁ ।
ବର୍ତ୍ତମାନ ତେଲେଙ୍ଗାନାରୁ ଦିଲ୍ଲୀ ପର୍ଯ୍ୟନ୍ତ ଡବଲ ଆର ଟ୍ୟାକ୍ସର ବହୁତ ଚର୍ଚ୍ଚା ହେଉଛି । ଡବଲ ଆର୍ ଇଲେକ୍ସନରେ ତ୍ରିପଲ ଆର୍ ଫିଲ୍ମକୁ ମଧ୍ୟ ପଛରେ ପକାଇଦେଇଛି । କଂଗ୍ରେସ ରାଜ୍ୟରେ ଏଭଳି ଲୁଟ ଚଳାଇଛି ଯେ ଏହା ଡବଲ ଆର ଟ୍ୟାକ୍ସ ହଜାର ହଜାର କୋଟି ଟଙ୍କା କିଛି ଦିନ ମଧ୍ୟରେ ଲୁଟିନିଏ । ଗୋଟିଏ ଆର. ତେଲେଙ୍ଗାନାକୁ ଲୁଟି ଦିଲ୍ଲୀରେ ବସିଥିବା ଦ୍ୱିତୀୟ ଆର୍ କୁ ପଇସା ଦେଉଛି । କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ ଗତ ୫ ବର୍ଷରେ ୫ ଉଦ୍ୟୋଗପତିଙ୍କ ମାଳା ଜପୁଥିଲେ ଏବଂ ପୁଣି ଅମ୍ବାନୀ-ଅଡାନୀଙ୍କ ଉପରେ ଆସିଯାଇଥିଲେ । କିନ୍ତୁ ନିର୍ବାଚନ ଘୋଷଣା ହେଉ ହେଉ ସିଲ ଅମ୍ବାନୀ-ଅଡାନୀଙ୍କ ନାଁ ନେବା ବନ୍ଦ କରିଦେଲେ । ରାହୁଲ ଗାନ୍ଧୀଙ୍କୁ ସମଗ୍ର ଦେଶକୁ ଜବାବ୍ ଦେବାକୁ ହେବ ଯେ ସେ କେତେ କଳାଧନ ନେଇଛନ୍ତି ଯେଉଁଥିପାଇଁ ରାତାରାତି ଅମ୍ବାନୀ-ଅଡାନୀଙ୍କ ନାଁ ନେବା ବନ୍ଦ କରିଦେଲେ । କଂଗ୍ରେସ ଓ ବିଆରଏସ୍ ଦୁଇଜଣ ମିଶି କରି ତୁଷ୍ଟିକରଣ କରୁଛନ୍ତି । ଏତେ ବର୍ଷରୁ କଂଗ୍ରେସ -ବିଆରଏସ୍ ହାଇଦ୍ରାବାଦକୁ ଏଆଇଏମ୍ଆଇଏମ୍ କୁ ଲିଜ୍ ରେ ଦେଇଛନ୍ତି କିନ୍ତୁ ଏଆଇଏମ୍ଆଇଏମ କୁ ପ୍ରଥମ ଥର ଭାଜପା ଆହ୍ୱାନ ଦେଇଛି । ଭାଜପାର ଏହି ଆହ୍ୱାନ ଦ୍ୱାରା ଏଆଇଏମ୍ଆଇଏମ ତ ଭୟଭୀତ ହୋଇ ଅଛି କିନ୍ତୁ ତାଠାରୁ ବେଶୀ କଂଗ୍ରେସ ଓ ବିଆରଏସ୍ ଭୟଭୀତ ଅଛନ୍ତି । ହାଇଦ୍ରାବଦରେ କଂଗ୍ରେସ- ବିଆରଏସ୍ ଉଭୟ ଏଆଇଏମ୍ଆଇଏମର ସମର୍ଥନ କରୁଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ବିଶ୍ୱ ଅସ୍ଥିରତା ଏବଂ ଧର୍ମ ସଂକଟ ଦେଇ ଗତି କରୁଛି । ଏବଂ ଏଭଳି କଠିନ ସମୟରେ ଆମେ ନିଜ ରକ୍ଷକମାନଙ୍କୁ ନିରାଶ କରିପାରିବୁ ନାହିଁ ଓ ଦେଶର ଶାସନ ଭୁଲ ହାତରେ ଯିବାକୁ ଦେଇହେବ ନାହିଁ । ୧୦ ବର୍ଷ ପୂର୍ବର କଂଗ୍ରେସ ର କେନ୍ଦ୍ରରେ ସରକାରର ପାପ ଗୁଡିକୁ କେହି ଭୁଲି ପାରିବେ ନାହିଁ । ପ୍ରତ୍ୟେକ ଦିନ ରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସୁଥିଲା , ଦେଶର ବଡ ବଡ ସହରଗୁଡିକରେ ବୋମା ବିସ୍ଫୋରଣ ହେଉଥିଲା, ଯେଉଁଠି କଂଗ୍ରେସ ଆସିଲା ସେଠି ସମସ୍ୟା ଆଣିଲା , ଦେଶ କେବଳ ଏହା ହିଁ ଦେଖୁଥିଲା । ଏଥର ଇଣ୍ଡି ମେଣ୍ଟ ୫ ବର୍ଷ ୫ ପିଏମ୍ ର ଫର୍ମୁଲା ନେଇ ଆସିଛି । ଏହା କଳ୍ପନା ଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଯେ ଯଦି ଏହି ଲୋକମାନଙ୍କୁ ଦେଶର ଶାସନ ମିଳିଗଲା ତେବେ ଦେଶର କଣ ଅବସ୍ଥା କରିବେ । ପ୍ରତି ବର୍ଷ ଜଣେ ନୂଆ ପିଏମ୍ କରିବା ଦ୍ୱାରା ଦେଶର ବିକାଶ ହୋଇପାରିବ ନାହିଁ । କଂଗ୍ରେସ କିଭଳି ଲୋକଙ୍କୁ ଧୋକା ଦିଏ , ଏହା ତେଲେଙ୍ଗାନାର ଜନତାଙ୍କ ଠାରୁ ଭଲ ଭାବେ କେହି ଜାଣନ୍ତି ନାହିଁ । କଂଗ୍ରେସ କୃଷି ଋଣ ଛାଡ କରିବାର ପ୍ରତିଶୃତି ଦେଇଥିଲା । ଏବେ ସେମାନେ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଏହାକୁ ବିଳମ୍ବିତ କରୁଛନ୍ତି ଫଳରେ ସେହି ପ୍ରତିଶୃତିକୁ ଝୁଲାଇ ରଖିପାରିବେ । ସେମାନେ ନିଜ ପ୍ରତିଶୃତି ପୂରଣ କରିବା ପାଇଁ ଆମ ଦେବୀ ଦେବତାଙ୍କ ରାଣ ଖାଆନ୍ତି , ଅନ୍ୟପକ୍ଷରେ ସେମାନେ ସନାତନ ଧର୍ମକୁ ଅପମାନିତ କରନ୍ତି । କଂଗ୍ରେସ ତେଲେଙ୍ଗାନା ଆନ୍ଦୋଳନରେ ବଳିଦାନ ଦେଇଥିବା ପରିବାରକୁ ପେନସନ୍ ଦେବାର ପ୍ରତିଶୃତି ପୂରଣ କରିନାହିଁ , ୨୫୦ ବର୍ଗଫୁଟ୍ ଜମି ଦେବାର ପ୍ରତିଶୃତି, ମହିଳାଙ୍କୁ ପ୍ରତି ମାସ ୨୫୦୦ ଟଙ୍କା ଦେବାର ପ୍ରତିଶୃତି ଦେଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ମହିଳାମାନେ ସେହି ପଇସାର ପ୍ରତୀକ୍ଷା କରିଛନ୍ତି । ତେଲେଙ୍ଗାନାରେ ବିଜୁଳି କାଟ୍ ଏତେ ମାତ୍ରାରେ ବଢିଯାଇଛି ଯେ ଲୋକଙ୍କ ପାଇଁ ବଞ୍ଚିବା ମୁସ୍କିଲ ହୋଇଯାଇଛି । ଏଭଳି ବିଶ୍ୱାସଘାତକ କଂଗ୍ରେସ ଏହି ଦେଶର ଓ ଜନତାଙ୍କର ମଙ୍ଗଳ କରିପାରିବ ନାହିଁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସର ତୁଷ୍ଟିକରଣର ମୂଲ୍ୟ ସବୁଠୁ ଅଧିକ ଏସସି, ଏସଟି ଓ ପଛୁଆ ବର୍ଗଙ୍କୁ ଦେବାକୁ ପଡିଛି । କଂଗ୍ରେସ ପୁଣି ଥରେ ଏହି ସମାଜ ବିରୁଦ୍ଧରେ ଢଡଯନ୍ତ୍ର କରୁଛି । ଦେଶର ସମ୍ବିଧାନ ଧର୍ମ ଆଧାରରେ ସଂରକ୍ଷଣର ବିରୋଧ କରିଛି କିନ୍ତୁ କଂଗ୍ରେସ ଏସସି, ଏସଟି ଓ ପଛୁଆ ବର୍ଗଙ୍କ ସଂରକ୍ଷଣ ଛଡାଇ ଧର୍ମ ଆଧାରରେ ବିଶେଷ ବର୍ଗଙ୍କୁ ଦେବାକୁ ଚାହୁଁଛି ଯେଉଁମାନେ ତାଙ୍କର ଭୋଟ ବ୍ୟାଙ୍କ୍ । କାଲି ହିଁ ଇଣ୍ଡି ମେଣ୍ଟର ଜଣେ ବଡ ନେତା ଖୋଲା ଖୋଲି ଭାବେ ପୁରା ସଂରକ୍ଷଣ ବିଶେଷ ବର୍ଗଙ୍କୁ ଦେବାର ଯୁକ୍ତି ବାଢିଛନ୍ତି । ଏହି ଲୋକମାନେ ମଦିଗା ସମାଜକୁ ସେମାନଙ୍କ ଅଧିକାର ଦିଆଯିବାକୁ ବିରୋଧ କରୁଥିଲେ । ତେଲେଙ୍ଗାନା ସଂସ୍କୃତି ଓ ଶ୍ରଦ୍ଧା ପାଇଁ ପ୍ରଖ୍ୟାତ । ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ସ୍ତମ୍ଭ ଓ ଦ୍ୱାରର ନିର୍ମାଣ ତେଲେଙ୍ଗାନାର ଲୋକଙ୍କ ଦ୍ୱାରା ପଠାଯାଇଥିବା ସାମଗ୍ରୀରେ ହୋଇଛି । ଦେଶର ପ୍ରତ୍ୟେକ ବ୍ୟକ୍ତି ପ୍ରଭୂ ଶ୍ରୀ ରାମଙ୍କ ଦର୍ଶନ କରିବାକୁ ଚାହୁଁଛି କିନ୍ତୁ କଂଗ୍ରେସର ଉଦ୍ଦେଶ୍ୟ ରାମ ମନ୍ଦିରରେ ତାଲା ଲଗାଇବାର ରହିଛି ।
କଂଗ୍ରେସର ଜଣେ ପୂର୍ବତନ ନେତା ହିଁ ଖୁଲାସା କରିଛନ୍ତି ଯେ ରାହୁଲ ଗାନ୍ଧୀ ସୁପ୍ରିମ୍ କୋର୍ଟ ର ନିଷ୍ପତ୍ତି ବଦଳାଇ ରାମ ମନ୍ଦିରର ନିର୍ମାଣକୁ ବନ୍ଦ କରିବାର ଷଡଯନ୍ତ୍ର କରୁଥିଲେ । କିନ୍ତୁ ରାହୁଲ ଗାନ୍ଧୀ ଏହା ଜାଣି ନାହାନ୍ତି ଯେ ରାମ ମନ୍ଦିରର ରକ୍ଷା ପାଇଁ ତେଲେଙ୍ଗାନାର ଜନତା କଂଗ୍ରେସକୁ କେବଳ ରାଜ୍ୟ ନୁହେଁ ପୁରା ଦେଶରୁ ସଫା କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଥାନୀୟ ଭାଜପା ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରି ଦେଶରେ ପୁଣି ଥରେ ମୋଦୀ ସରକାର ଗଢିବାକୁ ଓ ମୋଦୀକୁ ମଜବୁତ୍ କରିବାକୁ ଆହ୍ୱାନ ଦେଇଛନ୍ତି ।