-
– ୨୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ
-
– ବାରିପଦା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫ କୋଟି ଟଙ୍କା ଘୋଷଣା
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ମୟୁରଭଂଜ ଜିଲ୍ଲା ଗସ୍ତ କରି ଅନେକ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତୀ ବାଙ୍କୀଶୋଳ ଠାରେ ଆଦାନୀ ଶିଳ୍ପ ସଂସ୍ଥା ସହଯୋଗରେ ପ୍ରତିÂିତ କିସ୍ ଆବାସିକ ବିଦ୍ୟାଳୟର ଉଦଘାଟନ କରିଥିଲେ । ଏହାସହ ମୟୁରଭଂଜ ଜିଲ୍ଲା ପାଇଁ ୨୦୦କୋଟିରୁ ଅଧିକ ଟଙ୍କାର ପ୍ରଳ୍ପ ପାଇଁ ଶିଳାନ୍ୟାସକରିବା ସହ ୫୦ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ପ୍ରକଳ୍ପର ଉଦଘାଟନ କରିଥିଲେ । ବାରିପଦାର ଶ୍ରୀ ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏହାସହ ଖିଚିଂ , ଦେବକୁଣ୍ଡ ଓ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥାନର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
ଉଦଘାଟିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ପାନୀୟ ଜଳ ପ୍ରକଳ୍ପ , ସଡକ ଓ ସେତୁ ନିର୍ମାଣ ସହ ବିଭିନ୍ନ ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଛି ।
ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ସଶକ୍ତିକରଣ ଓ ଶିକ୍ଷା ଜରିଆରେ ପ୍ରକୃତ ପରିବର୍ତନ ଆସିପାରିବ । ଆବାସିକ ବିଦ୍ୟାଳୟ ପାଇଁ କିସ୍ ମ୍ୟାନେଜମେଂଟ ଓ ଆଦାନୀ ଗ୍ରୁପ୍ କୁ ଧନ୍ୟବାଦ୍ ଦେଇଥଲେ ମୁଖ୍ୟମନ୍ତ୍ରୀ । ଓଡିଶାରେ ଜନଜାତି ପିଲାଙ୍କ ଶିକ୍ଷା ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୬୫୦୦ ସ୍କୁଲରେ୬ ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହାସହ ଅର୍ବାନ୍ ଏରିଆରେ ମଧ୍ୟ ହଷ୍ଟେଲ ନିର୍ମାଣ କରାଯାଇ ପିଲାମାନଙ୍କୁ ଇଂଲିଶ୍ ମିଡିୟମ୍ ସ୍କୁଲରେ ଶିକ୍ଷା ଦିଆଯାଉଛି । ରାଜ୍ୟ ସରକାରଙ୍କ ଜନଜାତି ଶିକ୍ଷା ଯୋଜନା ଯୋଗୁଁ ଜନଜାତି ପିଲାମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୟୁରଭଂଜରେ ବିକାଶର ଧାରା ଜାରୀ ରହିବ ଏବଂ ଓଡିଶାର ବିକାଶ ମାନଚିତ୍ରରେ ମୟୁରଭଂଜର ସ୍ଥାନ ଆହୁରି ଉଜ୍ଜଳ ହେବ ।