
ନୂଆଦିଲ୍ଲୀ, ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଆଜି ରବୀନ୍ଦ୍ର ନାଥ ଟାଗୋରଙ୍କ ଜୟନ୍ତୀ ଅବସରରେ ତାଙ୍କ ସ୍ମରଣ କରିଛନ୍ତି । ସେ ସମ୍ବିଧାନ ସଦନରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଲୋକସଭା ଅଧ୍ୟକ୍ଷ ନିଜ ଏକ୍ସ ହ୍ୟାଣ୍ଡେଲରେ ଏନେଇ ଏକ ଫଟୋ ସେୟାର କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଗୁରୁଦେବ ଟାଗୋରଙ୍କ ରଚନା ଦୁଇଟି ଦେଶର ଜାତୀୟ ଗୀତ ହୋଇଛି । ଏଥିରେ ଜନ ଗଣ ମନ ଭାରତର ଜାତୀୟ ଗୀତ ‘ଆମାର ସୋନାର ବାଂଲା’ ବାଂଲାଦେଶର ଜାତୀୟ ଗୀତ ହୋଇଛି ।