
ମୁମ୍ବାଇ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାଫିଲାକୁ କାରରେ ପିଛା କରୁଥିବା ଯୁବକକୁ ମୁମ୍ବାଇ ପୋଲିସ ଗିରଫ କରିଛି । ମୁମ୍ବାଇ ପୋଲିସ ଟିମ୍ ଗିରଫ ଅଭିଯୁକ୍ତ ଶୁଭମ କୁମାରକୁ ଗିରଫ କରିଛି ।
ମୁଖ୍ୟମନ୍ତ୍ରୀ ସଚିବାଳୟର ଜଣେ ଅଧିକାରୀ ବୁଧବାର ମିଡିଆକର୍ମୀଙ୍କୁ କହିଛନ୍ତି ଯେ, ସିଏମ ସିନ୍ଦେ ଗତରାତି ପ୍ରାୟ ସାଢେ 11ଟା ବେଳେ ନିଜ କାଫିଲା ସହିତ ମୁମ୍ବାଇରୁ ଠାଣେ ଅଭିମୁଖେ ଯାଉଥିଲେ । ପୋଲିସ ବାନ୍ଦ୍ରା-ବର୍ଲି ସି ଲିଙ୍କରେ ସିଏମ ସିନ୍ଦେଙ୍କ କାଫିଲା ପାଇଁ ଯାତାୟତ ନିୟନ୍ତ୍ରିତ କରୁଥିଲା । ମୁଖ୍ୟମନ୍ତ୍ରୀଙ୍କ କାଫିଲା ପାଇଁ ଲେନ 7 ଓ 8କୁ ଖାଲି କରାଯାଇଥିଲା । ଏହି ସମୟରେ ହଠାତ୍ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କ କାଫିଲାର ପିଛା କରିବାକୁ ଲାଗିଥିଲା । ସେ 7ମ ଲେନରେ ନିଜ କାର ଆଣି ପିଛା କରିଥିଲା । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଚେତାବନୀ ଦେଇଥିଲା ଏବଂ କାର ରୋକିବାକୁ କହିଥିଲା, କିନ୍ତୁ ଯୁବକଜଣକ ନମାନିବାରୁ ପୋଲିସ ତାଙ୍କ କାର ରୋକି ଗିରଫ କରିଛି ।