
-
ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ଦାସଙ୍କ ନାମାଙ୍କନକୁ ବିରୋଧ କରି ଆବେଦନପତ୍ର ଦାଖଲ କଲା ବିଜେପି
-
ଗଙ୍ଗାଧର ମେହେର ଏବଂ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମିତ ସଂସ୍କୃତିସମ୍ପନ୍ନ ମାଟିରେ ନିଜର ଶିକ୍ଷାଗତ ଯୋଗ୍ୟତା ଓ ଆୟକୁ ଲୁଚାଇବା ସମ୍ବଲପୁରବାସୀଙ୍କ ପ୍ରତି ବଡ଼ ଅପମାନ
-
ସତ୍ୟପାଠରେ ପ୍ରଣବ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି
-
୨୦୧୯-୨୦ ଆର୍ଥକ ବର୍ଷ ପାଇଁ ସେ ନିଜର ଆୟ ଜିରୋ ବୋଲି ଦର୍ଶାଇଛନ୍ତି
-
ସତ୍ୟପାଠରେ ୫ ବର୍ଷର ଆୟ ଦର୍ଶାଇବା କଥା, ସେ ୪ ବର୍ଷର ଦର୍ଶାଇଛନ୍ତି ଏବଂ ଗୋଟିଏ ବର୍ଷର ଆୟ ଲୁଚାଇଛନ୍ତି, ଏହା ଭାଇଟାଲ ଡିଫେକ୍ଟ
ଭୁବନେଶ୍ୱର, ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମିତ ସମ୍ବଲପୁର ପରି ସଂସ୍କୃତିସମ୍ପନ୍ନ ମାଟିରେ ନିଜର ଶିକ୍ଷାଗତ ଯୋଗ୍ୟତା ଓ ଆୟକୁ ଲୁଚାଇବା ଘଟଣା ସମ୍ବଲପୁରବାସୀଙ୍କ ପ୍ରତି ଅପମାନ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ନେତା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ସେ କହିଛନ୍ତି ଯେ ଆମେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନକୁ ବିରୋଧ କରି ଆବେଦନପତ୍ର ଦାଖଲ କରିଲୁ । ଆମର ଇଲେକସନ୍ ଏଜେଣ୍ଟ ଆଇନଜୀବୀ ପ୍ରଦୀପ ବହିଦାର ଶ୍ରୀ ଦାସଙ୍କ ନାମାଙ୍କନ ପତ୍ରକୁ ବିଧିବଦ୍ଧ ଭାବେ ଅବଜେକସନ୍ କରିଥିଲେ । ଆମେ ମୁଖ୍ୟତଃ ୩ଟି ଗ୍ରାଉଣ୍ଡରେ ଶ୍ରୀ ଦାସ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି ରିଟର୍ଣ୍ଣି ଅଫିସର ତଥା ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲୁ । ଶିକ୍ଷାଗତ ଯୋଗ୍ୟତା ୨୦୦୯ରେ ଯୁକ୍ତ ଦୁଇ କଳା ପାସ ବୋଲି ସତ୍ୟପାଠରେ ଲେଖିଥିଲେ । ୨୦୨୪ରେ ସେ ନିଜକୁ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ବୋଲି ଦାବି କରିଛନ୍ତି । ଅର୍ଥାତ୍ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଯୁକ୍ତ ଦୁଇ ପାସ । ଦ୍ୱିତୀୟ ଅଭିଯୋଗ ଥିଲା, ଶ୍ରୀ ଦାସ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି । ତଥ୍ୟ ଲୁଚାଇଛନ୍ତି । ତୃତୀୟ ଅଭିଯୋଗ ୨୦୧୯-୨୦ ଆର୍ଥକ ବର୍ଷ ପାଇଁ ସେ ନିଜର ଆୟ ଜିରୋ ବୋଲି ଦର୍ଶାଇଛନ୍ତି । ସେ ବିଧାୟକ ଭାବେ ଦରମା ଓ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି । ସତ୍ୟପାଠରେ ୫ ବର୍ଷର ଆୟ ଦର୍ଶାଇବା କଥା । ସେ ୪ ବର୍ଷର ଦର୍ଶାଇଛନ୍ତି ଏବଂ ଗୋଟିଏ ବର୍ଷର ଆୟ ଲୁଚାଇଛନ୍ତି । ଏହା ହେଉଛି ଏକ ଭାଇଟାଲ ଡିଫେକ୍ଟ । ଏହି ଆଧାରରେ ମାନ୍ୟବର ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଅନେକ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ନିର୍ବାଚନକୁ ଖାରଜ କରିଛନ୍ତି । ଓଡ଼ିଶା ହାଇକୋର୍ଟ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂ ଏବଂ କଟକର ପୂର୍ବତନ ବିଧାୟକଙ୍କ ନିର୍ବାଚନକୁ ଭୁଲ ସତ୍ୟପାଠ ପାଇଁ ଖାରଜ କରିଛନ୍ତି ।
ପରବର୍ତ୍ତୀ ସମୟରେ ଏହାର ଉଚିତ ଜବାବ ସମ୍ବଲପୁରବାସୀ ଦେବେ । ଯଦିଓ ଏହାକୁ ରିଟର୍ଣ୍ଣି ଅଫିସର ସମ୍ପୂର୍ଣ୍ଣ ଏକତରଫା ଭାବେ ମିଥ୍ୟା ସତ୍ୟପାଠ ଗ୍ରହଣ କରିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ଏହାକୁ ଉପଯୁକ୍ତ ଫୋରମ୍ରେ ଅଦାଲତରେ ସେ ବାବଦରେ ଉପସ୍ଥାପନ କରାଯାଇପାରେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।