ଭୁବନେଶ୍ୱର- ଓଡ଼ିଶା ପ୍ରଦେଶର ଉପାନ୍ତ ଅଂଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କର ସମସ୍ୟା ଅନୁଧ୍ୟାନ ତଥା ତା’ର ପ୍ରତିକାର ପାଇଁ ସୁପାରିଶ କରିବାକୁ ଗଠିତ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିଙ୍କ ସବ୍କମିଟି – ୬ଙ୍କ ବୈଠକ ଅନୁÂିତ ହୋଇଯାଛି ।
ବିଧାନସଭାସ୍ଥିତ ପ୍ରକୋÂ ନଂ-୫୪ରେ ଅନୁÂିତ ଏହି ବୈଠକରେ ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ କମିଟିଙ୍କ ଗୁଜୁରାଟ ଓ ମହାରାଷ୍ଟ୍ର ରାଜ୍ୟକୁ ଗସ୍ତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା ।
ଏଥିରେ ସବ୍କମିଟିର ସଭ୍ୟମାନଙ୍କ ସମେତ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।