
ଡେହରାଡୁନ/ଗୁପ୍ତକାଶୀ, ଭଗବାନ କେଦାରନାଥଙ୍କ ପଂଚମୁଖୀ ଡୋଲି ମଙ୍ଗଳବାର ସକାଳେ ବିଶ୍ଵନାଥ ମନ୍ଦିର ଗୁପ୍ତକାଶୀରୁ ପ୍ରବାସ ନିମନ୍ତେ ଦ୍ଵିତୀୟ ପଡାବ ଫାଟାକୁ ପ୍ରସ୍ଥାନ କରିଛନ୍ତି । କେଦାରନାଥ ଧାମର ଦ୍ଵାର ମଇ ୧୦ ତାରିଖରେ ଖୋଲିବ । ମଙ୍ଗଳବାର ସକାଳ ୮ଟା ୪୫ ରେ ଦେବଡୋଲି ଗୁପ୍ତକାଶୀରୁ ପ୍ରସ୍ଥାନ ହୋଇଛି । ସ୍ଥାନେ ସ୍ଥାନେ ଶ୍ରଦ୍ଧାଳୁ ମାନେ ଏବଂ ସ୍କୁଲ ପିଲାମାନେ ବାବା କେଦାରଙ୍କ ଜୟ ଘୋଷ କରି ପୁଷ୍ପ ବର୍ଷା କରିଛନ୍ତି । ଦେଶ ବିଦେଶରୁ ଆସିଥିବା ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଡୋଲି ଯାତ୍ରା ସହିତ କେଦାରନାଥ ଯାଉଛନ୍ତି ।
ବିକେଟିସି ମିଡ଼ିଆ ପ୍ରଭାରୀ ଡଃ. ହରିଶ ଗୌଡ଼ କହିଛନ୍ତି ଯେ, ଭଗବାନ କେଦାରନାଥଙ୍କ ଚଳନ୍ତି ବିଗ୍ରହ ଉତ୍ସବ ପଂଚମୁଖୀ ମୂର୍ତିଙ୍କ ଦେବଡୋଲିକୁ ବଦ୍ରିନାଥ କେଦାରନାଥ ମନ୍ଦିର କମିଟିର ସ୍ଵୟଂ ସେବକ ଏବଂ ହକ-ହକୁକଧାରୀ ଖାଲି ପାଦରେ ଚାଲି ଚାଲି ଶୀତକାଳୀନ ଗଦ୍ଦିସ୍ଥଳ ଓଁକାରେଶ୍ଵର ମନ୍ଦିର ଉଖିମଠରୁ କେଦାରନାଥ ଧାମରେ ପହଂଚାଇଥାନ୍ତି ।