-
ଆଗାମୀ ତିନି ଦିନ ଯାଏଁ ଝଡ଼ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି
ଭୁବନେଶ୍ଵର,କାଳବୈଶାଖୀ ବର୍ଷା ପରେ ଉପକୂଳ ଓଡ଼ିଶାରେ ତାତିରୁ ମିଳିଛି ସାମୟିକ ଆଶ୍ଵସ୍ତି । ତେବେ ଆଗାମୀ ତିନି ଦିନ ଯାଏଁ ଝଡ଼ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି ସମେତ ଉତର ଉପକୂଳର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।