ବଲାଙ୍ଗୀର, ୨୦୨୪-ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା -ପଟୁଆପାଲି ରାସ୍ତାର ଶାଖା କେନାଲ ପୋଲ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ଗାଇଡଲାଇନ ଅନୁସାରେ ଯେତିକି ସିମେଣ୍ଟ, ବାଲି, ଗେଟି ପୂଣି ଖରାଦିନ ହୋଇଥିବାରୁ ଆବଶ୍ୟକ ପାଣି ଦେଇନଥିବାରୁ ଭଲ କାମ ହୋଇନାହିଁ । ଫଳରେ କଂକ୍ରିଟ ଭାଙ୍ଗି ରାସ୍ତା ଦବି ଯାଇଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ସୂଚନା ଅନୁସାରେ ୪୦ ବର୍ଷ ପୂର୍ବେ କେନାଲ ବିଭାଗ ପକ୍ଷରୁ ଏହି ପୋଲ ନିର୍ମାଣ ହୋଇଥିଲା । ତାହା ପୁରୁଣା ହୋଇ ଦୁର୍ବଳ ହୋଇ ପଡିବାରୁ ଆରଡି ପକ୍ଷରୁ ପୂଣି ନୁଆ ପୋଲ ମାସେ ହେବ ନିର୍ମାଣ ହୋଇଛି । ଯାହା ନିମ୍ନମାନର କାମ ହୋଇଥିବା ଅଂଚଳ ବାସି ଅଭିଯୋଗ ଆଣିଛନ୍ତି । ସପ୍ତାହେ ନ ପୂରୁଣୁ ଦବି ଯାଇଛି । ବିଭାଗୀୟ ଜେଇଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ସୁଇଚ ଅପ ରହିଥିଲା । ଏ ସଂପର୍କରେ ସମ୍ପୃକ୍ତ ଠିକାଦାର ନିରଞ୍ଜନ ସାହୁଙ୍କୁ ପଚରାଯିବାରୁ ନିମ୍ନମାନର କାମ ହୋଇନାହିଁ । ଉଭୟ ପାର୍ଶ୍ୱ ମାଟି ଖୋଲି କଂକ୍ରିଟ ହୋଇଥିବାରୁ ଦବି ଯାଇଛି । ତାହା କରିଦେବି ବୋଲି କହିଥିଲେ ।ବଲାଙ୍ଗୀର ଓ ସୋନପୁର ଉଭୟ ଜିଲ୍ଲାକୁ ସଂଯୋଗ କରୁଥିବା ବାଇପାସ ରାସ୍ତା ଭାବେ ଜଣାଶୁଣା ଏହି ରାସ୍ତାରେ ଦୈନିକ ଛୋଟ ବଡ଼ ଯାନବାହାନ ସମେତ ଭାରି ଯାନ ମଧ୍ୟ ଯିବାଆସିବା କରୁଥିବାରୁ ଧନ ଜୀବନ ହାନୀ ହେବା ଆଶଙ୍କା ରହିଛି । ଉପାନ୍ତ ତଥା ଜଙ୍ଗଲ ଅଂଚଳ ହୋଇଥିବାରୁ ବିଭାଗୀୟ ଅଧିକାରୀ କାର୍ଯ୍ୟର ମାନ ପରଖିବାକୁ ଆସନ୍ତି ନାହିଁ ଫଳରେ ଠିକାଦାର ନିଜ ମନମାନିରେ କାମ କରିଥାନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ନିମ୍ନମାନର କାର୍ଯ୍ୟ କରୁଥିବା ଠିକାଦାରଙ୍କ ଠିକା ରଦ୍ଧ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।
Related Stories
November 22, 2024