ବ୍ରହ୍ମପୁର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏଠାରେ ନିର୍ବାଚନୀ ଜନସଭାରେ କଂଗ୍ରେସ ଓ ବିଜେଡିକୁ ନିଶାନା ସାଧିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଧନୀ ଅଟେ । ଲୋକେ ଗରିବ ଅଟନ୍ତି । ଏହି ପାପ ପ୍ରଥମେ କଂଗ୍ରେସ ଓ ଏହାପରେ ବିଜେଡି ନେତାମାନେ କରିଛନ୍ତି । ଏହି ଜନସଭାରେ ଏଥର ସାଧାରଣ ନିର୍ବାଚନରେ 4ଶହ ପାର ନିଜ ସଂକଳ୍ପ ସିଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଲୋକଙ୍କ ଆଶୀର୍ବାଦ ମାଗିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯେପରି ତ୍ରିପୁରାକୁ 30 ବର୍ଷରୁ ଅଧିକ କମ୍ୟୁନିଷ୍ଟ ଓ କଂଗ୍ରେସ ଶାସନ କରି ନଷ୍ଟ କରିଦେଇଛନ୍ତି । ସେଠାକାର ଲୋକେ ବିଜେପିକୁ ଜିତାଇଥିଲେ ଏବଂ ଏବେ ତ୍ରିପୁରା ଦ୍ରୁତଗତିରେ ବିକାଶ କରୁଛି । ଉତ୍ତର ପ୍ରଦେଶ ଆଇନ ଶୃଙ୍ଖଳା ପାଇଁ ବଦନାମ ହୋଇସାରିଥିଲା । ଆମକୁ ସୁଯୋଗ ମିଳିଲା ଏବଂ ଯୋଗୀ ବସିଲେ ଏବଂ ଆଜି ଉତ୍ତର ପ୍ରଦେଶ ବିକାଶ କରୁଛି ।
ସେ କହିଛନ୍ତି ଜୁନ ଚାରିରେ ବିଜଡି ସରକାରର ଏକ୍ସପାଏରୀ ଡେଟ ଲେଖାହୋଇଛି । ଆଜି 6 ମଇ ଅଟେ ଏବଂ ଜୁନ 6ରେ ବିଜେପିର ମୁଖ୍ୟମନ୍ତ୍ରୀ ପଦର ପ୍ରାର୍ଥୀ ନିର୍ଦ୍ଧାରିତ ହେବ । ଜୁନ 10ରେ ଭୁବନେଶ୍ୱରରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ହେବ ।