ହରିଚନ୍ଦନପୁର, ଏଥର ତେଲକୋଇ ମାଟିର ବିକାଶର ସୂତ୍ରଧର ହେବେ ଯୁବ ସାମ୍ବାଦିକ ନିର୍ମଳ ନାୟକ, ଜାତୀୟ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦୀର୍ଘ ୨୫ ବର୍ଷ ହେବ ଏ ମାଟିରେ କେବଳ ଦୁର୍ନୀତି ଉପରେ ଦୁର୍ନୀତି ଚାଲିଥିବା ବେଳେ କୌଣସି ବିକାଶର ଚିତ୍ର ଦେଖିବାକୁ ମିଳେନାହିଁ । ହେଲେ ଏମାଟିର ଲଢୁଆ ପୁଅ ଦୁର୍ନୀତି ହଟାଇ ବିକାଶ କରିବା ସହ ଲୋକଙ୍କ ସୁଖ ଦୁଃଖର ସାଥୀ ହେବା ପାଇଁ ଆଗକୁ ଦୈାଡି ଆସିଛନ୍ତି । ପୂର୍ବରୁ ନିର୍ମଳଙ୍କ ବାପା ପ୍ରାଣ ବଲ୍ଲଭ୍ ନାୟକ ବିଧାୟକ ହୋଇ ତେଲକୋଇ ମାଟିର ବିକାଶ ଧାରାକୁ ଆଗକୁ ନେଇଥିଲେ । ହେଲେ ତାଙ୍କ ପରେ ଏଠାରେ କେବଳ କାଗଜ କଲମରେ ବିକାଶ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡେ । ତେଲକୋଇ ନିର୍ବାଚନ ମଣ୍ଡଳୀର ପ୍ରାୟତଃ ଏମିତି ଗାଁ ରହିଛି ଯେଉଁଠି କି ସ୍ବାଧୀନତାର ଦୀର୍ଘବର୍ଷ ବିତି ଯାଇଥିଲେ ମଧ୍ୟ ବିକାଶର ପାଦ ଚିହ୍ନ ପଡ଼ିନାହିଁ । ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚି ପାରିଛି, ନା ପାନୀୟ ଜଳ, ଗମନାଗମନ, ଶିକ୍ଷା ଓ ସ୍ବାସ୍ଥ୍ୟସେବା କେବଳ ଅପହଞ୍ଚ ହୋଇ ରହିଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ରାଜସ୍ବ ପାଣ୍ଠି ଫାଙ୍କା କରି ଚାଲିଥିବା ବେଳେ ଏଠାରେ ବାସ୍ତବ ଚିତ୍ର ସବୁ ଓଲଟା । ଏଥର ଏ ଅଞ୍ଚଳର ଗରିବ ଲୋକଙ୍କ ପାଖରେ ମୌଳିକ ସୁବିଧା ସୁଯୋଗ ପହଞ୍ଚାଇବାକୁ ସେ ଅଣ୍ଟା ଭିଡ଼ି ସାମ୍ନାକୁ ଆସିଛନ୍ତି । ନିର୍ମଳ ନାୟକ ଜଣେ ଭଲ ତାଇକାଣ୍ଡୁ ଖେଳାଳି ହୋଇଥିବା ବେଳେ ସାମ୍ବାଦିକ ଭାବେ ରାଜ୍ୟର ଜଣେ ବେଶ ପରିଚିତ ଚେହେରା । ତେଲକୋଇ ମାଟିର ପୁଅକୁ ଟିକେଟ ମିଳିଥିବାରୁ ହରିଚନ୍ଦନପୁର, ତେଲକୋଇ ଓ ବାଉଁଶପାଳ ବ୍ଲକର ଗାଁ ଗାଁରେ ବିପୁଳ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ତେଲକୋଇ ମାଟିରେ ଲୋକଙ୍କ ହକ ଓ ମୌଳିକ ଅଧିକାର ପାଇବା ପାଇଁ ସ୍ଵାଭିମାନର ଲଢ଼େଇ ହେବ ବୋଲି ନିର୍ମଳ ନାୟକ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଏହି ନିର୍ବାଚନ ମଣ୍ଡଳୀକୁ ଲଗାତାର ବିଜେଡ଼ି ଅକ୍ତିଆର କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ରାସ୍ତା, ପାଣି, ବିଦ୍ୟୁତ ଓ ଶିକ୍ଷା କ୍ଷେତ୍ରରେ ସଠିକ ଭାବେ ବିକାଶ ହୋଇନଥିବା ବେଳେ ସାଧାରଣ ନିରୀହ ଲୋକଙ୍କୁ ଭ୍ରମିତ କରିଛନ୍ତି । ଯାହାର ଜବାବ ଏହି ନିର୍ବାଚନରେ ଲୋକେ ଦେବେ ବୋଲି ଶ୍ରୀ ନାୟକ କହିଛନ୍ତି ।
ଏହି ଅବସରରେ ହରିଚନ୍ଦନପୁର ପ୍ରେସ୍ କ୍ଲବ୍ ପକ୍ଷରୁ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରେସ୍ କ୍ଲବ୍ ପକ୍ଷରୁ ସଭାପତି ଶ୍ରୀ ନିବାସ ପାଇକରାୟ, ସମ୍ପାଦକ ପ୍ରଶାନ୍ତ ନାୟକ, ଉପସଭାପତି ପ୍ରେମାନନ୍ଦ ଦାସ, ଲକ୍ଷ୍ମଣ ମହାନ୍ତ, ଉଦୟ ପାତ୍ର, ଅନିଲ କୁମାର ସାହୁ, ଭବାନୀ ପ୍ରସାଦ ମହାନ୍ତ, କୃଷ୍ଣଚନ୍ଦ୍ର ବେହେରା, ତନ୍ମୟ କୁମାର ସାହୁ, ହିମାଂଶୁ ଶେଖର ଦାସ, ଉତ୍ତମ ଗିରି, ସନ୍ତୋଷ କୁମାର ମହାନ୍ତ, ଚନ୍ଦନ ସାହୁ, ନିଗମ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।