-
ରାଜ୍ୟ ସରକାରଙ୍କୁ କଲେ କଡ଼ା ସମାଲୋଚନା
ବ୍ରହ୍ମପୁର, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ ୧୦ଟା ୧୫ ମିନିଟ୍ ସମୟରେ ବ୍ରହ୍ମପୁରରେ ପହଂଚି କନିସି ଛକ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି । ଆୟୋଜିତ ଜନସଭାକୁ ସମ୍ବୋଧନ କରି ସେ କହିଥିଲେ ଯେ, ଓଡ଼ିଶାରେ ପ୍ରାଚୁର୍ଜ୍ୟ ଭରି ରହିଥିଲେ ମଧ୍ୟ ବିଜେଡ଼ି ସରକାର ଓ କଂଗ୍ରେସ ଶାସନରେ ଲୋକେ ଦରିଦ୍ର ପାଲଟି ଯାଇଛନ୍ତି । ତେଣୁ ଓଡ଼ିଶାବାସୀଙ୍କ ସ୍ଵଚ୍ଛଳ ଅବସ୍ଥା ଫେରିବା ପାଇଁ ବିଜେପିର ଦୃଢ଼ ସଂକଳ୍ପ ରହିଛି । ବର୍ତମାନ ଓଡ଼ିଶାରେ ଡବଲ୍ ପଦ୍ମ ର ସମୟ ଆସିଯାଇଛି । ଆସନ୍ତା ଜୁନ୍ ୪ ତାରିଖରେ ବିଜେଡ଼ି ସରକାରର ଏକ୍ସପାରୀ ଡେଟ୍ ଏବଂ ଜୁନ୍ ୬ ତାରିଖରେ ଓଡ଼ିଶା ଦେଖିବ ବିଜେପିର ମୁଖ୍ୟମନ୍ତ୍ରୀ । ଆସନ୍ତା ୧୦ ତାରିଖରେ ବିଜେପିର ଓଡ଼ିଆ ମୁଖ୍ୟମନ୍ତ୍ରୀ ଶପଥ ନେବେ, ତେଣୁ ସମସ୍ତଙ୍କୁ ନିମନ୍ତ୍ରଣ କରିବାକୁ ମୁଁ ଆସିଛି ବୋଲି ସେ ବକ୍ତବ୍ୟ କହିଥିଲେ ।
ଏହି ସଭାରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ସ୍ୱାଗତ ଭାଷଣ ଦେଇଥିଲେ । ବ୍ରହ୍ମପୁରରୁ ବିଜେପି ଲୋକସଭା ପ୍ରାର୍ଥୀ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ଆସିକା ଲୋକସଭା ସାଂସଦ ପ୍ରାର୍ôଥନୀ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ସମେତ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ମାନେ ସଭାରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ସମସ୍ତଙ୍କ ପରିଚୟ ପ୍ରଦାନ କରିବା ସହ ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମାନଙ୍କୁ ବିପୁଳ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ଆହ୍ଵାନ କରିଥିଲେ । ଏତଦ୍ ବ୍ୟତୀତ ସମାବେଶରେ ଉପସ୍ଥିତ ଥିବା ଜନସାଧାରଣ ପ୍ରତି ଘରକୁ ଯାଇ ମୋଦୀଙ୍କ ବାର୍ତା ସହ ଜୟ ଜଗନ୍ନାଥ ଓ ପ୍ରଭୁ ଶ୍ରୀରାମଙ୍କ ନାମ ନେଇ ଭୋଟ୍ ଭିକ୍ଷା କରିବାକୁ ନିବେଦନ କରିଥିଲେ । ବ୍ରହ୍ମପୁର କାର୍ଯ୍ୟକ୍ରମ ପରେ ସେ ନବରଙ୍ଗପୁର ଅଭିମୁଖେ ଯାତ୍ରା କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଗତ ରାତିରେ ଭୁବନେଶ୍ଵରରେ ପହଂଚିଥିଲେ । ସେଠାରେ ରାତ୍ରୀଯାପନ ପରେ ଆଜି ସକାଳେ ବ୍ରହ୍ମପୁର ଗସ୍ତରେ ଆସିଥିଲେ ।