ନୂଆଦିଲ୍ଲୀ, କଂଗ୍ରେସ ପାର୍ଟି ଆଜି ଉତର ପ୍ରଦେଶର ଅମେଠି ଏବଂ ରାୟବରେଲି ଆସନ ପାଇଁ ପାର୍ଟିର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ଦଳର ମହାସଚିବ କେସି ବେଣୁଗୋପାଳ ଏନେଇ ଏକ ପତ୍ର ମଧ୍ୟ ଜାରି କରିଛନ୍ତି ।
ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ରାୟବରେଲି ଆସନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଯେତେବେଳେ କି, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କୁ ଅମେଠି ଆସନ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ରାୟବରେଲି ଲୋକସଭା ଆସନରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନ ଲଢୁଛନ୍ତି । ସେହିପରି ଅମେଠିରୁ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।