ଭୁବନେଶ୍ୱର, ଦଳୀୟ ଶୃଙ୍ଖଳା ଭଙ୍ଗକରି ଦଳ ବିରୋଧି କାର୍ଯ୍ୟ କରିଥିବା୪ ଜିଲ୍ଲାର କଂଗ୍ରେସ ନେତା ମାନଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ୬ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କାର କରିଛନ୍ତି । ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଏକ ପ୍ରେସ ବିଜ୍ଞପ୍ତିରେ ଏହା ଜଣାଇଛନ୍ତି ।
କଂଗ୍ରେସ ଦଳରୁ ବହିଷ୍କୃତ ନେତାମାନେ ହେଲେ ନୂଆପଡ଼ା ଜିଲ୍ଲାର ଘାସିରାମ ମାଝୀ ଓ ଉଜଳା ଗୁପ୍ତା , ରାୟଗଡ଼ା ଜିଲ୍ଲା ର ନିଳମାଧବ ଉଲ୍ଲାକା, ଭାସ୍କର ଜାଗରଙ୍ଗା, ଅବିନାଶ ଗମାଙ୍ଗ, ଚନ୍ଦ୍ରଶେଖର ବେହେରା, ଅଶୋକ ଆଚାର୍ଯ୍ୟ, ରମାଇ ତିପତି, ପୂର୍ଣ୍ଣଚନ୍ଦ୍ର ମାଝୀ, ରାଜେନ୍ଦ୍ର ନାୟକ , କୋରାପୁଟ ଜିଲ୍ଲାର ପ୍ରିତିଶ ପଟ୍ଟନାୟକ ଏବଂ ଗଞ୍ଜାମ ଜିଲ୍ଲାର ଭି ଚନ୍ଦ୍ରଶେଖର ନାଇଡ଼ୁ ।