ଭୁବନେଶ୍ୱର – ସଂସଦର ବିଭିନ୍ନ କମିଟିରେ ଓଡିଶାର ସାଂସଦ ମାନଙ୍କୁ ନିଯୁକ୍ତି ମିଳିଛି । ସଂସଦୀୟ ଶ୍ରମ ଓ ନିୟୋଜନ କମିଟିର ଅଧ୍ୟକ୍ଷ ଭାବେ ଭର୍ତୃହରି ମହତାବଙ୍କୁ ନିଯୁକ୍ତି ମିଳିଥିବା ବେଳେ ଗୃହ କମିଟି ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ସଭ୍ୟ ଭାବେ ନିଯୁକ୍ତି ମିଳିଛି ।
ସେହିପରି ଅର୍ଥ କମିଟିରେ ପିନାକୀ ମିଶ୍ର ଓ ଅମର ପଟ୍ଟନାୟକ ସଭ୍ୟ ରହିଥିବା ବେଳେ କୋଇଲା ଓ ଖଣି କମିଟିରେ ବସନ୍ତ ପଣ୍ଡା ଓ ପ୍ରଶାନ୍ତ ନନ୍ଦ , ରେଲୱେ କମିଟିରେ ଅନୁଭବ ମହାନ୍ତି ଓ ସଂଗୀତା ସିଂହଦେଓ ସଭ୍ୟ ରହିଛନ୍ତି । ବାଣିଜ୍ୟ କମିଟିରେ ମଂଜୁଲତା ମଣ୍ଡଳ ସଭ୍ୟ ରହିଥିବା ବେଳେ ସାର ଓ ରସାୟନ କମିଟିରେ ରଂଜୀବ ବିଶ୍ୱାଳ ଏବଂ ବିଶେଶ୍ୱର ଟୁଡୁ ରହିଛନ୍ତି ।
ଜଳସମ୍ପଦ କମିଟିରେ ନରେନ୍ଦ୍ର ସ୍ୱାଇଁ ସଭ୍ୟ ରହିଥିବା ବେଳେ ବୈଦେଶିକ ବ୍ୟାପାର କମିଟିରେ ଡ. ଅଚ୍ୟୁତ ସାମନ୍ତ , ଆଇନ ନ୍ୟାୟ ଓ ସାଧାରଣ ଅଭିଯୋଗ କମିଟିରେ ସୁରେଶ ପୂଜାରୀ , ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ କମିଟିରେ ଚନ୍ଦ୍ର ଶେଖର ସାହୁ , ମାନବ ସମ୍ବଳ କମିଟିରେ ଚନ୍ଦ୍ରାଣୀ ମୁର୍ମୁ ଓ ସସ୍ମିତ ପାତ୍ର , ଖାଦ୍ୟ ଓ ସାଧାରଣ ବଂଟନ କମିଟିରେ ପ୍ରମିଳା ବିଷୋୟୀ ଓ ସପ୍ତଗିରି ଉଲାକା , ପ୍ରତିରକ୍ଷା କମିଟିରେ ନୀତିଶ ଗଙ୍ଗଦେବ ଓ ରାଜଶ୍ରୀ ମଲ୍ଲିକ , ପରିବହନ ଓ ପର୍ଯ୍ୟଟନ ସଂସ୍କୃତି ବିଭାଗରେ ପ୍ରସନ୍ନ ଆଚାର୍ଯ୍ୟ , ସହରାଂଚଳ ବିକାଶ କମିଟିରେ ଅପରାଜିତା ଷଡଙ୍ଗୀ ସଭ୍ୟ ଭାବେ ନିଯୁକ୍ତି ପାଇଛନ୍ତି ।