-
ନୂତନ ଭୋଟରଙ୍କୁ ଜାଗରଣ ପାଇଁ କରାଯିବ ନବମତଦାତା ସମ୍ମିଳନୀ -ଅରିଜିତ ପଟ୍ଟନାୟକ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଗଣତନ୍ତ୍ରର ମହାପର୍ବରେ ଏବିଭିପି ଏକ ଦାୟିତ୍ୱବାନ ଛାତ୍ର ସଂଗଠନ ଭାବରେ ପ୍ରତ୍ୟକ ସାଧାରଣ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଥାଏ । ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ଏବିଭିପି କିଛି ପ୍ରମୁଖ ବିଷୟକୁ ଆଖି ଆଗରେ ରଖି କାମ କରିବ । ଶତପ୍ରତିଶତ ମତଦାନ କରିବାକୁ ଜନସାଧାରଣଙ୍କ ପାଖରେ ବାର୍ତ୍ତା ପହଞ୍ଚେଇବା ସହିତ ଓଡ଼ିଶାର ଅସ୍ମିତା ପାଇଁ ସାଧାରଣ ଜନତାମାନେ ନିଜର ମତଦାନ କରିବା ପାଇଁ ଏବିଭିପି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ । ଯୁବ ବର୍ଗ ଓ ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଭୋଟର ମାନଙ୍କୁ ସଚେତନ କରିବା ପାଇଁ ନବ ମତଦାତା ସମ୍ମିଳନୀ କରି ଯୁବକ ମାନଙ୍କୁ ସଚେତନତା କରେଇବା ସହ ଭାରତକୁ ବିଶ୍ୱଗୁରୁ କରିବା, ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା କ୍ଷେତ୍ରରେ ସୁଧାର ଆଣିବା ପାଇଁ ନିଜର ମତଦାନ କରିବା ପାଇଁ ସଂଗଠନ ଆହ୍ଵାନ କରୁଛି । ଦେଶରୁ ୩୭୦ ଧାରା ହଟିଛି, ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥବ୍ୟବବସ୍ଥାରେ ପରିଣତ ହେଉଛି, ୩୫ ବର୍ଷ ପରେ ରାଷ୍ଟ୍ରୀୟ ଶିକ୍ଷା ନୀତି ଆସିଛି । ଏହି ସବୁ ବିଷୟକୁ ଚିନ୍ତା କରି ଯୁବକ ମାନେ ଭୋଟ ଦିଅନ୍ତୁ।
ଠିକ୍ ସେହି ସମୟରେ ଓଡ଼ିଶାର ଯୁବକ ଛାତ୍ର ମାନଙ୍କୁ ଦୀର୍ଘ ୨୪ ବର୍ଷ ଧରି ପ୍ରତାରଣା କରିବା ସହ ତାଙ୍କୁ ମିଛ ପ୍ରତିଶୃତି ନବୀନ ସରକାର ଦେଇ ଆସୁଛି । ପୁରୀର ଛାତ୍ର ସମାଜ ଆଜି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ, ଅଧ୍ୟାପକ ପଦବୀ ଖାଲି ପଡିଛି, ଶିକ୍ଷା ଅନୁଷ୍ଠାନରେ ଭଉଣୀ ଟିଏ ସୁରକ୍ଷିତ ନାହିଁ ଆଜି କ୍ୟାମ୍ପସରେ ଅରାଜଗତ ସୃଷ୍ଟି ହୋଇଛି । ଓଡ଼ିଶାରେ ୫୭% ଅଧ୍ୟାପକ ପଦବୀ ଖାଲି ପଡିଥିଲା ବେଳେ ପୁରୀ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ମାନଙ୍କରେ ଶହଶହ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ଓଡ଼ିଶା ସରକାର ସତ୍ୟବାଦୀରେ ଓଡ଼ିଶା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିଥିବା ବେଳେ ଏଥିରେ କ’ଣ ପାଠପଢ଼ା ଯିବ ତାହାର ସିଲାବସ୍ ନାହଁ । ୨୧ ଅଧ୍ୟାପକ ପଦବୀ ଥିବା ବେଳେ ବର୍ତ୍ତମାନ ୮ ହିଁ ଅଛନ୍ତି। ଏହି ବିଶ୍ଵବିଦ୍ୟାଳୟ କେବଳ ଘର କୋଠାରେ ହିଁ ସିମିତ। ଶ୍ରୀଜଗନ୍ନାଥ ବିଶ୍ଵବିଦ୍ୟାଳୟରେ ୩୮ରୁ ୧୮ ଅଧ୍ୟାପକ ପଦବୀ ଖାଲି । ଏଥିରେ ଧର୍ମଶାସ୍ତ୍ର ବିଭାଗ ବର୍ତମାନ ଅଧ୍ୟାପକ ଶୂନ୍ୟ। ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ବର୍ତମାନ ମଧ୍ୟ ଇ-ଲାଇବ୍ରେରି, ଅତ୍ୟାଧୁନିକ ଲ୍ଯାବ୍, ୱାଇଫାଇ କ୍ୟାମ୍ପସ ହୋଇପାରି ନାହିଁ । ପୁରୀ ଜିଲ୍ଲାରେ ଅନେକ ସଂସ୍କୃତ ମହାବିଦ୍ୟାଳୟ ଥିବା ବେଳେ ସେମାନଙ୍କ ଅବସ୍ଥା ଅଙ୍ଗନବାଡ଼ି ଠାରୁ ମଧ୍ୟ ଗୁରୁତର। ରାଜ୍ୟରେ ପର୍ଯ୍ୟଟନର କେନ୍ଦ୍ର ସ୍ଥଳୀ ହୋଇଥିବା ସତ୍ତ୍ଵେ ଏଠାରେ ପର୍ଯ୍ୟଟନ ସମ୍ବନ୍ଧୀୟ ଶିକ୍ଷା ପାଇଁ କୈାଣସି ଶିକ୍ଷାନୁଷ୍ଠାନ ନାହଁ କାହିଁକି ? ଏହି ଭଳି ମାଳ ମାଳ ସମସ୍ୟା ବିଷୟରେ ପୁରୀର ଯୁବକ ମାନେ ଚିନ୍ତା କରିବେ। ଓଡିଶାରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ, ଓଡିଶାରେ ମହିଳା ମାନଙ୍କ ସୁରକ୍ଷା ପାଇଁ, ଓଡିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଓ ଓଡ଼ିଶାର ସ୍ୱାଭୀମାନ, ଓଡ଼ିଆ ଅସ୍ମିତା ପାଇଁ ଯୁବକ ମାନଙ୍କୁ ଭୋଟ ଦେବା ପାଇଁ ଏବିଭିପି ଜନଜାଗରଣ କରିବ ।
ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ଯେ ପ୍ରଥମେ ମତଦାନ ତାପରେ ଜଳପାନ ପାଇଁ ପ୍ରତ୍ଯକେଟି ଭୋଟରଙ୍କୁ ଆମେ ଆହ୍ଵାନ କରୁଛୁ। ଭାରତର ଗୌରବ ବଢାଇବା ପାଇଁ, ଓଡ଼ଶାର ୨୪ ବର୍ଷର ପ୍ରତାରଣାକୁ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ସ୍ଥାନରେ ନବମତ ଦାତା ସମ୍ମିଳନୀ ଆୟୋଜନ କରିବ, ପଥ ପ୍ରାନ୍ତ ନାଟକ ଘରକୁ ଘର ଯାଇ ଭୋଟର ଙ୍କୁ ୧୦୦% ମତଦାନ କରିବା ପାଇଁ ଜନ ଜାଗରଣ କରିବ । ଏହି ପରିପେକ୍ଷିରେ ପୋଷ୍ଟର ଓ ଲିଫଲେଟ୍ ମଧ୍ୟ ଉନ୍ମୋଚିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗ ସଂଯୋଜକ ତାରା ପ୍ରସାଦ ଦାଶ, ବିଭାଗ ଛାତ୍ରୀ ପ୍ରମୁଖ ସୁମିତ୍ରା ଜେନା, ଜିଲ୍ଲା ସଂଯୋଜକ ବିଶ୍ମୟ ରଞ୍ଜନ ପଟ୍ଟନାୟକ, ନଗର ସମ୍ପାଦକ ହୃଦୟ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତି ଥିଲେ।