
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ସଦର ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ ଉମାଭଲ୍ଲଭ ରଥଙ୍କୁ ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ପୁରୀ ବସଷ୍ଟାଣ୍ଡ ନିକଟ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତାଙ୍କୁ ଖଣ୍ଡାରେ ହାଣିଛନ୍ତି। ଆହତ ଉମାବଲ୍ଲଭ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପରେ ପୋଲିସ ସୁରକ୍ଷା ସହିତ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶ୍ରିବାଦ ଲାଭ କରି ରାମ ମନ୍ଦିର ସ୍ଥିତ ନିଜ ବାସ ଭବନକୁ ଫେରିଥିଲେ | ଏହି ଘଟଣା ଟି ରାଜନୈତିକ ଶତ୍ରୁତା କାରଣରୁ ଆକମ୍ରଣ ହୋଇଥିବା ସନ୍ଦେହ କରାଯାଉଛି।
ପୁରୀ ସଦର ବିଧାନସଭା ପାଇଁ ଉମାବଲ୍ଲଭ ରଥଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲା।
ପୁର୍ବରୁ ସୁଜିତ ମହପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲା | ତେବେ ପୁରୀ ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ସୁଜିତ ମହାପାତ୍ରଙ୍କ ଟିକେଟ କଟାଯାଇ ଉମାବଲ୍ଲଭ ରଥଙ୍କୁ ଟିକେଟ ଦିଆଯିବା ପରେ ସୁଜିତ ଙ୍କ ସମର୍ଥକ ଉତ୍ତେଜିତ ହୋଇ ପୁରୀ ଜିଲ୍ଲା କଂଗ୍ରେସ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ପୂର୍ବରୁ ସୁଜିତ ମହାପାତ୍ର ପୁରୀ ବିଧାନସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ହେଲେ ୨୪ ଘଣ୍ଟା ନପୁରୁଣୁ ତାଙ୍କ ଟିକେଟ କଟାଯାଇ ଉମାବଲ୍ଲଭ ରଥ ଙ୍କୁ ଟିକେଟ ଦିଆଯିବା ଦୁର୍ଭାଗ୍ୟଜନକ ବୋଲି ସୁଜିତଙ୍କ ସମର୍ଥକ କହିଛନ୍ତି।