
ଭୁବନେଶ୍ୱର, ସ୍ଵାଧୀନତା ସଂଗ୍ରାମୀ ଧରଣୀଧର ନାଏକଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ବିପ୍ଳବୀ ତଥା ସ୍ଵାଧୀନତା ସଂଗ୍ରାମୀ ଧରଣୀଧର ନାଏକ(ଭୂୟାଁ)ଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଜନଜାତି ଭାଇଭଉଣୀଙ୍କ ହକ୍ ଓ ଅଧିକାରର ସୁରକ୍ଷା ତଥା କଲ୍ୟାଣ ପାଇଁ ତାଙ୍କ ସଂଗ୍ରାମୀ ଜୀବନ ସର୍ବଦା ପ୍ରେରଣାର ଉତ୍ସ।