
ନ୍ୟୁୟର୍କ,ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ଶାଢୀରେ ସଜିତ ଶହଶହ ମହିଳା ଶାଢୀର ବୈଶ୍ୱିକ ପରିଚୟକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶାଢୀର ସୁନ୍ଦରତା, ଐତିହ୍ୟ ଏବଂ ସାଂସ୍କୃତିକ ବିବିଧତାକୁ ପ୍ରଦର୍ଶନ କରିଛନ୍ତି । ଏଥିରେ ଭାରତୀୟ-ଆମେରିକୀୟ ସମୁଦାୟର ମହିଳାଙ୍କ ସହିତ ପ୍ରାୟ 9ଟି ଦେଶର ମହିଳାମାନେ ସାମିଲ ହୋଇଥିଲେ ।
ଟାଇମ୍ସ ସ୍କୋୟାରରେ ଶନିବାର ଆୟୋଜିତ ଶାଢୀ ଗୋଜ ଗ୍ଲୋବାଲ କାର୍ଯ୍ୟକ୍ରମରେ ଭାରତୀୟ ସମୁଦାୟ ସହିତ ସେହି 9ଟି ଦେଶରୁ 5ଶହରୁ ଅଧିକ ମହିଳା ଭାଗ ନେଇଥିଲେ, ଯେଉଁଠି ଶାଢୀ ଲୋକପ୍ରିୟ ପରିଧାନ ଅଟେ ।ଏହି ଦେଶରେ ଭାରତ ସହିତ ବାଂଲାଦେଶ, ନେପାଳ, ବ୍ରିଟେନ, ଆମେରିକା, ମିଳିତ ଆରବ ଏମିରେଟ୍ସ, ଉଗାଣ୍ଡା, ତ୍ରିନିଦାଦ ଓ ଗୁୟାନା ସାମିଲ ହୋଇଥିଲା ।