
ରାଂଚି, ଝାରଖଣ୍ଡରେ ମେ 13ରୁ ଚାରୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବ । ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମେ 13ରେ ସିଂହଭୂମ, ଖୁଂଟି, ଲୋହରଦଗା ଓ ପଲାମୁ ଲୋକସଭା ସିଟ ପାଇଁ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏହାକୁ ନେଇ ରାଜ୍ୟରେ ଜମିଛି ପ୍ରଚାର । ଏବେ ଇଂଡି ମେଂଟ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ମେ 7 ତାରିଖରେ ରାଜ୍ୟକୁ ଗସ୍ତ କରିବେ । ଲୋହରଦଗା, ଖୁଂଟି ଲୋକସଭା ଅଂଚଳ ପାଇଁ ଗୁମଲାର ସିସଇରେ ସେ ଜନସଭା କରିବେ । ଏହା ସହିତ ସିଂହଭୂମ ଲୋକସଭା କ୍ଷେତ୍ରରେ ବି ରାହୁଲ ଗାନ୍ଧିଙ୍କ ଜନସଭା ସେହିଦିନ ପ୍ରସ୍ତାବିତ ରହିଛି ।