ନୂଆଦିଲ୍ଲୀ, ଇଂଟରନ୍ୟାସନାଲ ଇଲେକ୍ସନ ଭିଜିଟର୍ସ ପ୍ରୋଗ୍ରାମର ଅଂଶ ଭାବେ ଭାରତୀୟ ସାଧାରଣ ନିର୍ବାଚନକୁ ଦେଖିବା ପାଇଁ 23 ଦେଶର 75 ପ୍ରତିନିଧି ଭାରତ ଆସିଛନ୍ତି । ଏହି କାର୍ଯ୍ୟକ୍ରମର ଉଦଘାଟନ ରବିବାର ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସଂଧୁଙ୍କ ଉପସ୍ଥିତିରେ କରାଯାଇଛି ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରତିନିଧିଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଭାରତୀୟ ନିର୍ବାଚନ ଓ ନିର୍ବାଚନ କମିଶନରଙ୍କ ଉଦ୍ୟମ ବିଶ୍ୱର ଗଣତାନ୍ତ୍ରିକ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରୁଛି । ପ୍ରକ୍ରିୟା ଓ କ୍ଷମତା ସଂଦର୍ଭରେ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେ କହିଛନ୍ତି ଯେ, ଭାରତୀୟ ନିର୍ବାଚନ କ୍ଷେତ୍ର ଅଦ୍ୱିତୀୟ ଅଟେ । ଏଠାରେ ନିର୍ବାଚନୀ ପଂଜିକରଣ ଓ ମତଦାନ ଉଭୟ ଅନିବାର୍ଯ୍ୟ ନୁହେଁ । ଏଭଳି ସ୍ଥିତିରେ ନିର୍ବାଚନ କମିଶନରଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରେରକ ଭାବେ କାମ କରିବାକୁ ପଡିଥାଏ । ନାଗରିକଙ୍କୁ ସ୍ୱେଚ୍ଛାକୃତ ଭାବେ ମତଦାତା ତାଲିକାର ଅଂଶ କରିବା ପାଇଁ ନିମନ୍ତ୍ରଣ କରିବା ଓ ଏହାପରେ ବ୍ୟବସ୍ଥିତ ମତଦାତା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ନିଜର ମତାଧିକାର ସାବ୍ୟବସ୍ତ କରିବା ପାଇଁ ପ୍ରେରିତ କରିବାକୁ ହୋଇଥାଏ ।