ଡେରାଡୁନ, ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ଆଗାମୀ ଚାରିଧାମ ଯାତ୍ରା ପାଇଁ ଅନଲାଇନ ସହିତ ଅଫଲାଇନ ପଂଜିକରଣ ସୁବିଧା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଶ୍ରଦ୍ଧାଳୁଙ୍କୁ ଏହି ସୁବିଧା ମେ 8ରୁ ଋଷିକେଶ ଓ ହରିଦ୍ୱାରରୁ ଆରମ୍ଭ କରାଯିବ । ଶ୍ରଦ୍ଧାଳୁ ହରିଦ୍ୱାରରେ ରାହି ମୋଟଲ ଓ ଋଷିକେଷରେ ଯାତ୍ରା ପଂଜିକରଣ କାର୍ଯ୍ୟାଳୟ ଏବଂ ଟ୍ରାନଜିଟ କ୍ୟାମ୍ପରେ ପଂଜିକରଣ କରିପାରିବେ ।
ପ୍ରତ୍ୟେକ ଧାମ ପାଇଁ ପ୍ରତିଦିନ ଅଫଲାଇନ ପଂଜିକରଣ ସୀମା ଋଷିକେଷରେ ହଜାରେ ଏବଂ ହରିଦ୍ୱାରରେ 5ଶହ ନିର୍ଦ୍ଧାରତ ହୋଇଛି ।