
ପୁରୀ, ଆରଟିଓ ରବୀନ ପଟନାୟକଙ୍କ ତତ୍ଵାବଧାନରେ ଏକ ମିଳିତ ଭାବରେ ଅର୍ଥାତ ଏକ୍ସସାଇଜ, ପୋଲିସ, ଆରଟିଓ ଓ ଏ ସମସ୍ତ ବିଭାଗର ଅଫିସର ମାନଙ୍କ ଦ୍ଵାରା ତଥା ରାଜେଶ କୁମାର ମହାପାତ୍ର (ଏମଭିଆଇ ), ଅମିତ କୁମାର ରଣକ୍ଷ , (ଆସିଷ୍ଟାଂଟ ଏମଭିଆଇ), ସୁଶାନ୍ତ କୁମାର ପାତ୍ର ( ଟ୍ରାଫିକ ଇନ୍ସପେକ୍ଟର ) ଏବଂ ଅନ୍ୟାନ୍ୟ ଏନ୍ ଫୋର୍ସମେଂଟ ଟିମ୍ ଙ୍କୁ ନେଇ ସହରର ବିଭିନ୍ନ ଛକରେ ଅଚାନକ ଚଢ଼ଉ ହୋଇଥିଲା । ଏଥିରେ ବିଭିନ୍ନ ପ୍ରକାରର ମାମଲା ରୁଜୁ କରାଯାଇଥିଲା ତଥା ବିନା ହେଲମେଟ ୨ଟି, ଦ୍ରୁତ ଗତି ପାଇଁ ୨୫ଟି, ମଦ୍ୟ ପାନ କରି ଗାଡି ଚଳାଇବା ୧୧ଟି, ମୋବାଇଲ ବ୍ୟବହାର କରି ଗାଡି ଚଳାଇବା ରେ ୨ଟି ଏବଂ ଅନ୍ୟାନ୍ୟ ୫ଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା ଓ ସମୁଦାୟ କେଶ ବାବଦକୁ ୫,୦୮,୩୧୮ ଟଙ୍କା ଜୋରିମାନା କରାଯାଇଥିଲା ଓ ଏଥିରୁ ୨୯,୪୧୬ ଟଙ୍କା ମଧ୍ୟ ଆଦାୟ ହୋଇ ଥିଲା ।
ଏଠାରେ ଉଲ୍ଲେଖ ଥାଉକି ଯେ, ବିଭିନ୍ନ ପ୍ରକାରର କେଶ ବାବଦରେ ଗାଡିକୁ ଅଫିସ ପରିସର ମଧ୍ୟରେ ଅଟକ ରଖାଯାଇଛି । ଶ୍ରୀ ପଟନାୟକଙ୍କ କହିବା ଅନୁସାରେ, ଆଗାମୀ ଦିନ ମାନଙ୍କରେ ଏଭଳି ଭାବରେ ଚଢ଼ଉ ଜାରି ରହିବ । ଏଣୁ ନାଗରିକ ମାନଙ୍କୁ ବିନୀତ ଅନୁରୋଧ କି ସଡ଼କ ସୁରକ୍ଷାର ନିୟମ ମୁତାବକ ଗାଡି ଚଳାଇ ନିଜର ଜୀବନ ବଂଚାଇବା ସହିତ ଅନ୍ୟ ମାନଙ୍କ ଜୀବନ ସୁରକ୍ଷା କରି ପରିବା ।