
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ବକ୍ସିଂ ଏକାଡେମୀ ଛାତ୍ର ଆୟୁଷ୍ମାନ ଭାରତୀ ଙ୍କ ବାଳକ ସ୍ପୋର୍ଟସ କମ୍ପାନୀ, ୫୮ ଗୋର୍ଖା ଟ୍ରେନିଂ ସେଣ୍ଟର, ହାପି ଭ୍ୟାଲି, ଶିଲଙ୍ଗ୍ -୦୭ ରେ ଚୟନ ହୋଇଛି |ଏହାକୁ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ ଦ୍ୱାରା ଚୟନ ଅନୁମୋଦନ ହୋଇଛି। ଆୟୁଷ୍ମାନ ସେଠାରେ ବକ୍ସିଂ କ୍ରୀଡା ଛାତ୍ରାବାସରେ ରହି ପ୍ରଶିକ୍ଷଣ ନେବେ ଏବଂ ଏହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏହି ଅବସର ଜିଲ୍ଲା କ୍ରୀଡା ପରିସରରେ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆୟୁଷ୍ମାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏଥରେ ରାଜ୍ୟ ଦୌଡ଼କୁଦ ସଂଘର କୋଷାଧ୍ୟକ୍ଷ ରବିଶଙ୍କର ପ୍ରତିହାରୀ, ମହମ୍ମଦ ଯୁଗନ, ଗୋପାଳଚନ୍ଦ୍ର ପରିଡା, ଆଇନଜୀବୀ ବିନାୟକ ମିଶ୍ର, ରଶ୍ମି ରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ଏବଂ ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।