
ଭୁବନେଶ୍ୱର/କଟକ, ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିଆରା ଢଙ୍ଗରେ ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଭର୍ତ୍ତୃହରି। ନାମାଙ୍କନ ଦାଖଲ ପରେ ଭର୍ତ୍ତୃହରି ମହତାବ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଦୀପ ଲିଭିଲା ବେଳେ ଜୋର ଜଳେ । ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ପାଇଁ ଆମର ଏହି ଲଢ଼େଇ । ବିଶେଷକରି ନୂଆ ଭୋଟର ମୋଦିଙ୍କ ପଦ୍ମ ଚିହ୍ନକୁ ଭୋଟ ଦେବେ । ମୋଦି ବିଶ୍ବରେ ଦେଶର ସମ୍ମାନ ବଢ଼ାଇ ଥିବାରୁ ଯୁବ ଭୋଟର ଆକୃଷ୍ଟ ହେଉଛନ୍ତି ।