
ଭୁବନେଶ୍ୱର, ବିଦ୍ୟୁତ କାମ କରୁଥିବା ବେଳେ ବିଦ୍ୟୁତ ଖୁଣ୍ଟରୁ ପଡି ଯୁବକ ମୃତ । ଘୋଗରାଇ ଶ୍ରଦ୍ଧାପୁର ଗ୍ରାମରେ ଘଟିଛି ଏଭଳି ଘଟଣା। ଗାଁକୁ ବିଜୁଳି ଆସୁନଥିବାରୁ ଖୁଣ୍ଟରେ ଚଢି କାମ କରୁଥିଲେ ଯୁବକ। ଅସାବଧାନତା ବଶତଃ ଖୁଣ୍ଟରୁ ଗଳି ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଶ୍ରଦ୍ଧାପୁର ଗ୍ରାମର ଝାମ୍ପା ମାରାଣ୍ଡି।