
ଭୁବନେଶ୍ୱର, ଭାରତୀୟ ଜନତା ପାର୍ଟି ପକ୍ଷରୁ ନୀଳଗିରି ଆସନ ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି । ସନ୍ତୋଷ ଖଟୁଆ ଏହି ଆସନ ପାଇଁ ବିଜେପିର ପ୍ରାର୍ଥୀ ହେବେ । ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ତାଙ୍କର ନାମ ଘୋଷଣା କରାଯାଇଛି ।
ଉଲ୍ଲେଖନୀୟ ଯେ ନୀଳଗିରିର ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ । ଗୁରୁବାର ଦିନ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ଦିଆଯାଇଥିଲା। ଏହା ପରେ ଏହି ଆସନରେ ଗତ ଥର ବିଜେଡି ପକ୍ଷରୁ ନିର୍ବାଚନ ଲଢିଥିବା ସନ୍ତୋଷ ଖଟୁଆ ବିଜେଡିରୁ ଇସ୍ତଫା ଦେଇଥିଲେ ।