
ନୂଆଦିଲ୍ଲୀ, କଂଗ୍ରେସ ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଭାରତୀୟ ଟ୍ରେଡ ୟୁନିଅନ କଂଗ୍ରେସ (ଇଂଟକ୍ ର ୭୭ତମ ପ୍ରତିଷ୍ଠା ଦିବସ ଅବସରରେ ଏହାର ସମସ୍ତ ସଦସ୍ୟ ଏବଂ ସମର୍ଥକଙ୍କୁ ଶୁଭକାମନା ଜଣାଇଛନ୍ତି ।
ଖଡ଼ଗେ ଆଜି ସାମାଜିକ ଗଣମାଧ୍ୟମ ଏକ୍ସ ରେ ନିଜର ମତାମତ ରଖିବା ସହ କହିଛନ୍ତି ଯେ, ଇଂଟକ୍ ର ୭୭ତମ ପ୍ରତିଷ୍ଠା ଦିବସ ଅବସରରେ ମୁଁ ଏହାର ସମସ୍ତ ସଦସ୍ୟ ଏବଂ ସମର୍ଥକଙ୍କୁ ହାର୍ଦ୍ଧିକ ଶୁଭକାମନା ଜଣାଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ, କଂଗ୍ରେସ ପାର୍ଟିର ‘ଶ୍ରମିକ ନ୍ୟାୟ’ ଦ୍ଵାରା କୋଟି କୋଟି ଶ୍ରମିକଙ୍କ କଲ୍ୟାଣ, ସାମାଜିକ ସୁରକ୍ଷା ଏବଂ ଆର୍ଥିକ ସଶକ୍ତିକରଣ ପାଇଁ ଏକ ମାନଦଣ୍ଡ ନିର୍ଦ୍ଧାରିତ କରିଛି । ଏବଂ ଆମେ ନିଜର ଗ୍ୟାରେଂଟିକୁ ଲାଗୁ କରିବା ପାଇଁ ଦୃଢ଼ ପ୍ରତିଶୃତିବଦ୍ଧ ।