କାନପୁର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଇ ୪ ତାରିଖରେ କାନପୁର ଆଗମନ ଏବଂ ପ୍ରସ୍ତାବିତ ରୋଡ଼ ସୋ କୁ ଦୃଷ୍ଟିରେ ରଖି ଯାତାୟାତ ବ୍ୟବସ୍ଥାରେ ବଡ ଧରଣର ପରିବର୍ତନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି କାନପୁର ପୋଲିସ କମିଶନରେଟ ଅଂଚଳରେ ମଇ ୩ ଓ ୪ ତାରିଖ ଡ୍ରୋନ୍ ଉଡାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି ।
କାନପୁରର ଅପର୍ ପୋଲିସ ଆୟୁକ୍ତ (ଆଇନ ଏବଂ ବ୍ୟବସ୍ଥା) ହରିଶ ଚନ୍ଦର ଶୁକ୍ରବାର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏନେଇ ସୂଚନା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ରୋଡ଼ ସୋ କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ଏବଂ ଅପରାଧିକ ଗତିବିଧିକୁ ରୋକିବା ନିମନ୍ତେ କାନପୁର ନଗର ଅଂଚଳରେ ଧାରା ୧୪୪ ଲାଗୁ କରାଯାଇଛି । ଏଥି ସହିତ କୌଣସି ପ୍ରକାର ଡ୍ରୋନ୍ ର ପ୍ରୟୋଗ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । କାନପୁର କମିଶନରେଟ୍ ସୀମା ଭିତରେ ଆଇନ୍ ର ରାଜ୍ କାଏମ୍ କରିବା ଏବଂ ଜନହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ଏହି ପ୍ରତିବନ୍ଧକ ଅବଧି ସମୟରେ ଡ୍ରୋନ୍ ର ପ୍ରୟୋଗ କରିବା ଦ୍ଵାରା ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।