-
କନିସି ଠାରେ ସାଧାରଣ ସଭାରେ ଲୋକଙ୍କୁ ସମ୍ବୋଧିତ କରିବେ : ଡ଼ା ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର – ସାଧାରଣ ନିର୍ବାଚନ ଜାରି ରହିଥିବା ବେଳେ ବର୍ତ୍ତମାନ ଉଷ୍ମ ହେବାରେ ଲାଗିଛି ଗଞ୍ଜାମ ରାଜନୀତି। ଦଳୀୟ ପ୍ରାର୍ଥୀ ଙ୍କ ପାଇଁ ପ୍ରଚାର ପାଇଁ ମଇଦାନ କୁ ଓହ୍ଲାଉଛନ୍ତି ହେବି ୱେଟ ନେତା। ସେହିପରି। ୩ ପ୍ରମୁଖ ଦଳ ନିଜ ନିଜର ଷ୍ଟାର ପ୍ରଚାରକ ମାନଙ୍କୁ ନିର୍ବାଚନୀ ମଇଦାନକୁ ଆଣିବା ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇ ସାରିଛି। ଏହି ପରିପ୍ରେକ୍ଷିରେ ସଭିଙ୍କ ନଜରରେ ରହିଥିବା ବ୍ରହ୍ମପୁର ଲୋକସଭା କ୍ଷେତ୍ର ମଧ୍ୟରେ ଷ୍ଟାର ପ୍ରଚାରକ ମାନେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବାରେ ଲାଗିଛନ୍ତି। ଗତ କିଛିଦିନ ତଳେ ବିଜେପି ପ୍ରାର୍ଥୀ ଙ୍କ ପାଇଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆମ୍ବପୁଆ ଠାରେ ଭୋଟ ଭିକ୍ଷା କରିଥିଲେ। ସେହିପରି ମୋହନା, ଚିକିଟି, ଦିଗପହଣ୍ଡି ଓ ଛତ୍ରପୁର ରେ ବିଜେଡିର ଷ୍ଟାର ପ୍ରଚାରକ ଭି କେ ପାଣ୍ଡିଆନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଥିଲେ। ଏହାକୁ ନଜରରେ ଆସନ୍ତା ୬ ତାରିଖ ଦିନ ଦଳୀୟ ପ୍ରଚାର ପାଇଁ ବ୍ରହ୍ମପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସାଧାରଣ ସଭାରେ ଯୋଗ ଦେଇ ନିଜର ଦଳୀୟ ପ୍ରାର୍ଥୀଙ୍କୁ କିପରି ଭୋଟ ଦେଇ ଜୟଯୁକ୍ତ କରିବା ନେଇ ଲୋକଙ୍କୁ ଆହ୍ବାନ କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଲୋକସଭା ସାଂସଦ ପ୍ରାର୍ଥୀ ଡ଼ା ପ୍ରଦୀପ ପାଣିଗ୍ରାହୀ। ଏହା ସହିତ ଦଳ ମତ ନିର୍ବି ଶେଷରେ ସମସ୍ତ ମୋଦୀ ପ୍ରେମୀ ମାନଙ୍କୁ ଏହି କାର୍ଯ୍ୟକ୍ରମ କୁ ସ୍ବାଗତ କରାଯିବ ବୋଲି ସେ କହିଛନ୍ତି। ଏହା ସହିତ ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ସକାଳ ୮ ଟା ସମୟରେ ନିଜ ନିଜ ସ୍ଥାନ ଅଧିଗ୍ରହଣ କରିବା ପାଇଁ ସେ ଆହ୍ବାନ କରିଛନ୍ତି। ସେ ଦିନ ୧୦ ଟା ସମୟରେ ସେ କନିସି ଗ୍ରାମ ଛକ ଠାରେ ଥିବା ପଡ଼ିଆରେ ସେ ସାଧାରଣ ସଭା କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଦୁଇ ଜଣ ଲୋକସଭା ପ୍ରାର୍ଥୀ ଓ ସମସ୍ତ ବିଧାନସଭା ପ୍ରାର୍ଥୀ ମାନେ ଉପସ୍ଥିତ ରହିବେ। ସେହିପରି ଲକ୍ଷାଧିକ ଲୋକଙ୍କ ସମାଗମ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାର ଆଶା ରଖିଥିବା ସେ କହିଥିଲେ। ସେହିପରି ଆଜି ଅପରାହ୍ନ ୨ ଟା ସମୟରେ କାର୍ଯ୍ୟକ୍ରମ ସ୍ଥଳକୁ ଯାଇ ସମସ୍ତ ପ୍ରସ୍ତୁତି ମଧ୍ୟ ପରଖିଛନ୍ତି ଦଳର ବରିଷ୍ଟ ନେତା ଓ ପ୍ରଶାସନିକ ଅଧିକାରୀମାନେ। କିପରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ସେ ନେଇ ଡିଆଇଜି ଙ୍କ ସମେତ ପୋଲିସ ବିଭାଗର ବରିଷ୍ଟ ଅଧିକାରୀମାନେ ଉକ୍ତ ସମୟରେ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରାର୍ଥୀ ଡ଼ା ପ୍ରଦୀପ ପାଣିଗ୍ରାହୀ ଙ୍କ ସମେତ ଜିଲ୍ଲା ସଭାପତି ଡ଼ା ସୁବାସ ସାହୁ, ବିଧାୟକ ପ୍ରାର୍ଥୀ ଡ଼ା ସିଦ୍ଧାନ୍ତ ମହାପାତ୍ର, କେ ଅନିଲ କୁମାର, ବରିଷ୍ଟ ନେତା ପିତବାସ ପଣ୍ଡା, ପ୍ରଭାତ କିରଣ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଏହାକୁ ସୁନିଲ ସାହୁ ସଂଯୋଜନା କରିଥିଲେ। ସେହିପରି ସଭା ସ୍ଥଳରେ ଡ଼ା ପାଣିଗ୍ରାହୀ ଙ୍କ ସମେତ ଗୋପାଳପୁର ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ଜେନା, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥି ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।