କେନ୍ଦ୍ରାପଡ଼ା – ଆନ୍ତର୍ଜାତୀକ ଅଭୟାରଣ୍ୟ ଭିତରକନିକାର ଏ÷÷୍ୟତିହ୍ୟ ପରମ୍ପରା ଓ ଅଜ୍ଞାତ ତଥ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଭିତର କନିକା ମହୋତ୍ସବର ଆୟୋଜନ କରାଯାଇଛି । ଚଳିତମାସ ୩୧ ତାରିଖଠାରୁ ଭିତରକନିକା ମହୋତ୍ସବ ଆରମ୍ଭ କରାଯବିବ । ଏ ନେଇ ଏକ ପ୍ରସ୍ତୃତି ବୈଠକ ବିଧାୟକ ଧ୍ରୁବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ଏହି ମହୋତ୍ସବର ପ୍ରଚାର ପ୍ରସାର ସହ ଏହାକୁ ସୁ ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଇଥିବା ଜଣାପଡିଛି । ବିଧାୟକ ଶ୍ରୀ ସାହୁଙ୍କ ସମେତ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଅଧ୍ୟାପକ ଅତୁଲ ବଳ, ସଂଗୀତଜ୍ଞ ବସନ୍ତରାଜ ସାମଲ, ଚୈାଧୁରୀ ଅମିତାବ ଦାସ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ଏହି ମହୋତ୍ସବ ଉପଲକ୍ଷେ ଏକ ପୁସ୍ତିକା ପ୍ରକାଶ ପାଇବ । ଭିତର କନିକା ବିଷୟକୁ ଆଧାର କରି ଲେଖକ, ପ୍ରାବନ୍ଧିକମାନେ ଲେଖା ପଠାଇବାକୁ ପ୍ରସ୍ତାବ ଦିଆଯାଇଛି ।
Related Stories
November 24, 2024
November 24, 2024