
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ଆଇନସେବା ପ୍ରାଧିକରର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୦୧ ମଇ ୨୦୨୪ ରିଖ ଅପରାହ୍ଣ ୦୪.୦୦ ଘଟିକା ସମୟରେ ଜନମଙ୍ଗଳ ସମିତି ହଲ, ବିଜୟନଗର, ବଳିଆପଣ୍ଡା, ପୁରୀ ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଏକ ଆଇନ ସଚେତନତା ଶିବିର ପୁରୀ ଜିଲ୍ଲା ଆଇନସେବା ପ୍ରାଧିକରଣର ତରଫରୁ ଆୟୋଜିତ କରାଯାଇଥିଲା । ଏହି କାର୍ଯକ୍ରମରେ ପ୍ରାଧ୍ୱକରଣର ସଚିବଙ୍କ ଦାୟିତ୍ଵରେ ଥିବା ବରିଷ୍ଟ ଦେୱାନି ବିଚାରପତି ଶ୍ରୀଯୁକ୍ତ ରାଣା ଘୋଷ ଏହି କାର୍ଯକ୍ରମରେ ଅଧକ୍ଷତା କରି ନିଜ ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣ ଅଧ୍ଵନିୟମ ୧୯୮୭ ରେ ଥିବା ବିଭିନ୍ନ ବିଧ୍ ବ୍ୟବସ୍ଥାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ, ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧ୍ୟାକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ ଏବଂ ସମ୍ମୁଖ କାର୍ୟାଳୟ
ବିଷୟରେ ଅବଗତ କରାଇବା ସହ ଶ୍ରମିକ ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ, ସରକାରୀ ଯୋଜନା ଏବଂ ତାର ସୁରକ୍ଷା ଉପରେ ଆଲୋଚନା କରିଥିଲେ। ଏହି କାର୍ଯକ୍ରମରେ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଶ୍ରୀଯୁକ୍ତ ସୁଧୀର କୁମାର ଘୋଷ, ଉପମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଶ୍ରୀଯୁକ୍ତ ଦ୍ୱିତିକୃଷ୍ଣ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକରଣର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।