– ଓଡ଼ିଶାରୁ ଦୈନିକ ଓଡ଼ିଶା ଏକ୍ସପ୍ରେସ ଏବଂ ଓଡ଼ିଶା ଟିଭି ଲିମିଟେଡ ସମ୍ମାନିତ
– ସମାଜର ବ୍ୟାପକ କଲ୍ୟାଣ ଲକ୍ଷ୍ୟ ନେଇ କାର୍ଯ୍ୟ କରିଥିବା ଗଣମାଧ୍ୟମ ସଂସ୍ଥାକୁ ସମ୍ମାନିତ କରିବା ପୁରସ୍କାରର ଉଦେ୍ଧଶ୍ୟ : ପ୍ରକାଶ ଜାଭଡେକର
ନୂଆଦିଲ୍ଲୀ- ଆଜି ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ମିଡିଆ ସେଂଟରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ସୂଚନା ଏବଂ ପ୍ରସାରଣ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ୩୦ଟି ମନୋନିତ ଗଣମାଧ୍ୟମ ସଂସ୍ଥାକୁ ପ୍ରଥମ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନରେ ପୁରସ୍କୃତ କରିଛନ୍ତି ।
ଓଡ଼ିଶାରୁ ଛାପା ଗଣମାଧ୍ୟମ ବର୍ଗରେ ଦୈନିକ ‘ଓଡ଼ିଶା ଏକ୍ସପ୍ରେସ’ ଏବଂ ବୈଦୁ୍ୟତିକ ଗଣମାଧ୍ୟମ ବର୍ଗରେ ‘ଓଡ଼ିଶା ଟେଲିଭିଜନ ଲିମିଟେଡ’କୁ ଯୋଗର ପ୍ରଚାରପ୍ରସାର ଲାଗି ପୁରସ୍କୃତ କରାଯାଇଛି ।
ସମାରୋହକୁ ସମ୍ବୋଧିତ କରି ଶ୍ରୀ ଜାଭଡେକର ଏହି ପୁରସ୍କାର ସମାଜର କଲ୍ୟାଣ ପାଇଁ ଯୋଗର ପ୍ରସାର ଦିଗରେ ପ୍ରମୁଖ ଭୂମିକା ତୁଲାଇଥିବା ଗଣମାଧ୍ୟମ ସଂସ୍ଥା ଲାଗି ଏକ ଅଦ୍ୱିତୀୟ ସମ୍ମାନ ବୋଲି ବର୍ଣ୍ଣନା କରିଥିଲେ । ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରୟାସକୁ ପ୍ରଶଂସା କରି ଶ୍ରୀ ଜାଭଡେକର କହିଥିଲେ ଯେ ମନ୍ତ୍ରଣାଳୟ ତରଫରୁ ଏହା ପ୍ରଥମ ଆୟୋଜନ ଯାହାକି ସମାଚାର, ବିଚାର ଏବଂ ବିଜ୍ଞାପନ ଠାରୁ ଊଦ୍ଧ୍ୱର୍ରେ । ଗଣମାଧ୍ୟମ ସଂସ୍ଥାଗୁଡ଼ିକର ପ୍ରୟାସକୁ ମାନ୍ୟତା ଦେବାର ଏକ ନୂତନ ପ୍ରବୃତିକୁ ଏହା ଚିହ୍ନଟ କରୁଛି । ଏମାନେ ସମାଜର ଲାଭ ନିମନ୍ତେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ କାମ କରୁଛନ୍ତି ।
ଶ୍ରୀ ଜାଭଡେକର ଲୋକମାନ୍ୟ ତିଳକଙ୍କୁ ସ୍ମରଣ କରି କହିଥିଲେ ଯେ ସେ ‘ସ୍ୱରାଜ୍ୟ’ ପ୍ରତି ସଚେତନତା ସୃଷ୍ଟି କରିବା ଲାଗି ‘କେଶରୀ’ ସମ୍ବାଦପତ୍ରକୁ ଏକ ମାଧ୍ୟମ ଭାବେ ଉପଯୋଗ କରିଥିଲେ । ସେ କହିଥିଲେ ଯେ ଆଜି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ‘ସୁରାଜ’ ପ୍ରତି ଅଧିକରୁ ଅଧିକ ଜନ ସଚେତନତା ସୃଷ୍ଟି କରୁଛନ୍ତି, ଯେଉଁଠି ସମସ୍ତଙ୍କ ଲାଗି ଭଲ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ନାଗରିକ ସୁବିଧା ଉପଲବ୍ଧ ରହିଛି । ସେ ଏହାକୁ ଭାରତର ଦୃଢ଼ ଗଣତନ୍ତ୍ରର ପ୍ରତୀକ ବୋଲି କହିଥିଲେ ।
ଶ୍ରୀ ଜାଭଡେକର ଯୋଗକୁ ରୋଗମୁକ୍ତ ସ୍ୱାସ୍ଥ୍ୟର ସବୁଠୁ ବଡ଼ ପୁଞ୍ଜି ବୋଲି କହିଥିଲେ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଏବଂ ପ୍ରୟାସ କାରଣରୁ ଭାରତର ପରିଚୟ ଯୋଗକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି । ମିଳିତ ଜାତିସଂଘରେ ସ୍ପଷ୍ଟ ବହୁମତ ସହିତ ଭାରତର ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସକୁ ସମର୍ଥନ କରାଯାଇଥିଲା । ସେ ପୁରସ୍କାର ଲାଭ କରିଥିବା ସଂସ୍ଥା ଏବଂ ବିଚାରକ ମଣ୍ଡଳୀର ସଦସ୍ୟମାନଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ କେନ୍ଦ୍ର ଆୟୁଷ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ଶ୍ରୀପଦ ୟେସୋ ନାଇକ ଯୋଗ ଦିବସ ମିଡିଆ ସମ୍ମାନର ଏହି ନୂତନ ପ୍ରୟାସର ସଫଳ ଆୟୋଜନ ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଯୋଗକୁ ଆମ ସଭ୍ୟତାର ଏକ ପ୍ରାଚୀନ ଐତିହ୍ୟ ଭାବେ ବର୍ଣ୍ଣନା କରି କହିଥିଲେ ଯେ ଏହା ମାଧ୍ୟମରେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବେ ସୁଖୀ ହୋଇପାରିବ ।
ନିଜ ଉଦବୋଧନରେ ବିଚାରକ ମଣ୍ଡଳୀ ତଥା ପ୍ରେସ କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ବିଚାରପତି ସି.କେ ପ୍ରସାଦ ଯୋଗକୁ ବିପଦମୁକ୍ତ ଏବଂ ଗୁରୁତ୍ୱପୂର୍ଣ୍ଣ ଲାଭ ପାଇଁ ନିବେଶ ଭାବେ ବର୍ଣ୍ଣନା କରିଥିଲେ । ଏଥିପୂର୍ବରୁ ନିଜର ସ୍ୱାଗତ ଭାଷଣରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସହାୟ କହିଥିଲେ ଯେ ଏହି ପୁରସ୍କାର ଗଣମାଧ୍ୟମ ସ୍ୱାଧୀନତାରେ ସୁଦୃଢ଼ ବିଶ୍ୱାସ ଏବଂ ସୂଚନା ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି । ସେ କହିଥିଲେ ଯେ ଗଣମାଧ୍ୟମ ସାମାଜିକ ଓ ସାର୍ବଜନୀନ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥାଏ ।
ଏହି ଅବସରରେ ସୂଚନା ଏବଂ ପ୍ରସାରଣ ସଚିବ ଶ୍ରୀ ରବି ମିତଲ, ଉପସଚିବ ଅତୁଲ ତିୱାରୀ ଓ ବରିÂ ଅଧିକାରୀଗଣଙ୍କ ସମେତ ଆୟୁଷ ମନ୍ତ୍ରଣାଳୟର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।