ଭୁବନେଶ୍ୱର/ ସୁବର୍ଣ୍ଣପୁର, କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର କାମଚଳା ଜିଲ୍ଲା ସଭାପତି ବିନୋଦ ପାତ୍ର । ବୀରମହାରାଜପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଟିକେଟ ପାଇଁ ସେ ଆଶାୟୀ ଥିଲେ । ଦଳ ଟିକେଟ ନଦେବାରୁ କଂଗ୍ରେସ ଛାଡିଥିବା ସୂଚନା ମିଳିଛି । ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଗକୁ କେଉଁ ଦଳକୁ ଯିବେ ନିଷ୍ପତି ନେଇ ନାହାଁନ୍ତି । ୨୦୦୪ ରୁ ୨୦୦୦୯ ପର୍ଯ୍ୟନ୍ତ ଥିଲେ ସୋନପୁରର କଂଗ୍ରେସ ବିଧାୟକ । ତେବେ କଂଗ୍ରେସ ଛାଡିବା ପରେ ସେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଓ ଶରତ ପଟ୍ଟନାୟକଙ୍କ ବିରୋଧରେ ବର୍ଷିଛନ୍ତି । ତାଙ୍କ ବ୍ୟକ୍ତିଗତ ସ୍ବାର୍ଥର ଶିକାର ହୋଇଥିବା କହିଛନ୍ତି ।
Related Stories
November 22, 2024