
ଭୁବନେଶ୍ୱର/ଯଶିପୁର, ଦୁଇ ଦିନିକିଆ ଶିମିଳିପାଳ ଗସ୍ତରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଶିମିଳିପାଳ ଅଭୟାରଣ୍ୟରେ ଲିଭୁନି ନିଆଁ । ନିଆଁକୁ କିପରି ଆୟତ କରାଯିବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଶିମିଳିପାଳରେ ପହଁଚିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ତାଙ୍କ ସହିତ ୬ ଜଣ ଡିଏଫଓ, ଆରସିସିଏଫ, ପିସିସିଏଫ ଦେବୀ ଦତ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଅଛନ୍ତି। ନିଆଁକୁ କିପରି ଆୟତ୍ତ କରାଯିବ ସେ ନେଇ କେନ୍ଦୁମୁଣ୍ଡି ରେଞ୍ଜରେ ଆଲୋଚନା ପରେ ଶିମିଳିପାଳକୁ ଗସ୍ତ କରିବ ଟିମ୍ ।