କେନ୍ଦ୍ରାପଡ଼ା – ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜନସମସ୍ୟା ସମାଧାନ ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ମଙ୍ଗଳବାର ଅପରାହ୍ନରେ ବିଧାୟକ ଶ୍ରୀ ସାହୁ ଜିଲ୍ଲା କାର୍ଯ୍ୟାଳୟରେ ପହଁଚିବା ପରେ ଜିଲ୍ଲାପାଳଙ୍କ ସହ ଏ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବସ୍ଷ୍ଟାଣ୍ଡର ନବୀକରଣ ପାଇଁ ଆଲୋଚନା କରିଥିଲେ । ଆଳି, କନିକା, ରାଜନଗର ପ୍ରଭୃତି ଅଂଚଳକୁ ଏହି ବସ୍ଷ୍ଟାଣ୍ଡ ମାଧ୍ୟମରେ ଦୈନିକ ଶତାଧିକ ଯାତ୍ରୀବାହୀ ଗାଡି ଯାତାୟତ କରୁଥିବାବେଳେ ପଟ୍ଟାମୁଣ୍ଡାଇ ବସ୍ଷ୍ଟାଣ୍ଡ ମୁଖ୍ୟ ମାଧ୍ୟମ ରହିଛି । ଏହାର ନବୀକରଣ କରିବା ସହ ପଟ୍ଟାମୁଣ୍ଡାଇ ମଡେଲ୍ ଥାନାର ନୂତନ ଗୃହ ନିର୍ମାଣ, ରିଙ୍ଗରୋଡ୍, ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ନୂତନ ନିର୍ମାଣ, ବହୁ ପୁରାତନ କଚେରୀ ପୋଖରୀ ନିକଟରେ ପାର୍କ ନିର୍ମାଣ ଓ ଶ୍ମଶାନ ଘାଟର ଆଧୁନିକୀକରଣ, ପଟ୍ଟାମୁଣ୍ଡାଇରେ ନୂଆ ତହସିଲ୍ କାର୍ଯ୍ୟାଳୟ ନିର୍ମାଣ, ପଟ୍ଟାମୁଣ୍ଡାଇ ବଜାରରୁ ଜଳ ନିଷ୍କାସନ ପାଇଁ ମୁଖ୍ୟ ଡ୍ରେନ୍ ନିର୍ମାଣାଦୀ ବିଷୟରେ ଆଲୋଚନା କରାଯାଇଥିଲା । ଏ ବୈଠକରେ ବିଧାୟକ ଶ୍ରୀ ସାହୁ ଓ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ସମେତ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ତହସିଲଦାର ଶରତ କୁମାର ଗିରି, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ, ପୂର୍ତ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରଦୀପ କୁମାର ଦାସ, ଜଳସଂପଦ ଓ ଡ୍ରେନେଜ୍ ଏଜୁକେଟିଭ୍ ଇଂଜିନିୟର ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024