କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପୂର୍ବାହ୍ନରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ତଦାରଖ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର,ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ ପି ପିନାକ ମିଶ୍ର ଙ୍କ ସହ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ଓ ଏସପି ଜିଲ୍ଲାରେ ନିର୍ବାଚନ ପରିଚାଳନା,ଆଇନ ଶୃଙ୍ଖଳା ରକ୍ଷା ଓ ବିଭିନ୍ନ ଟିମ ର କାର୍ଯ୍ୟକାରିତା ସମ୍ପର୍କରେ ପର୍ଯ୍ୟବେକ୍ଷକ ଙ୍କୁ ଅବଗତ କରାଇଥିଲେ।ଏହି ସମୀକ୍ଷା ବୈଠକ ରେ ସମସ୍ତ ରିଟର୍ଣ୍ଣିଂ ଅଧିକାରୀ ମାନେ ଯୋଗ ଦେଇଥିଲେ।ଅପରାହ୍ନ ରେ ଧରପଗଡ଼ ଓ ଅବକାରୀ ବିଭାଗ ର ପଦକ୍ଷେପ ସମ୍ପର୍କରେ, ଚେକପୋଷ୍ଟ ଓ ଷ୍ଟାଷ୍ଟିକ ସର୍ଭିଲାନ୍ସ ଟିମ ସମ୍ପର୍କରେ ଆଲୋଚନା କରିଥିଲେ।ଶ୍ରୀ ମିଶ୍ର ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ବା ସମନ୍ବିତ ନିୟନ୍ତ୍ରଣ କକ୍ଷ କୁ ବୁଲି ଦେଖିଥିଲେ।ପୂର୍ବରୁ ସର୍କିଟ ହାଉସ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ଦାୟିତ୍ୱ ରେ ଥିବା ବିଭିନ୍ନ ଟିମ ର ନୋଡାଲ ଅଫିସର ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହ ଶ୍ରୀ ମିଶ୍ର ଆଲୋଚନା କରିବା ସହ ଖର୍ଚ୍ଚ ତଦାରଖ ପ୍ରକ୍ରିୟା ସମ୍ପର୍କରେ ପଚାରି ବୁଝିଥିଲେ।ନିର୍ବାଚନ ତାରିଖ ଘୋଷଣା ଦିନ ଠାରୁ ଫ୍ଲାଇଙ୍ଗ ସ୍କ୍ୱ।ର୍ଡ କାର୍ଯ୍ୟ ଆରମ୍ଭ କରିଛନ୍ତି।ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଧରପଗଡ଼ ସହ,ଗାଡି ଯାଞ୍ଚ, ବେଆଇନ ଅର୍ଥ ଚାଲାଣ,ମାଦକ ଦ୍ରବ୍ଯ ଚାଲାଣ, ବିପୁଳ ଆକାରରେ ଯାଉଥିବା ବିବିଧ ସାମଗ୍ରୀ ବ୍ୟବସାୟ ବା ଉପହାର ଉଦ୍ଦେଶ୍ୟ ରେ ତାହା ମଧ୍ୟ ଯାଞ୍ଚ କରାଯାଉଛି।ସେହିପରି ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ର ଭିଡିଓ ଉତ୍ତୋଳନ ସହ ତାହାକୁ ଦେଖି ଅନୁଧ୍ୟାନ କରାଯାଇ ଆବଶ୍ୟକ ସ୍ଥଳେ ଖର୍ଚ୍ଚ ହିସାବ ଟିମକୁ ଅବଗତ କରାଯାଉଛି।ଏମ ସି ଏମ ସି ଟିମ ପକ୍ଷରୁ ମିଡିଆ ସାର୍ଟିଫିକେସନ ସହ ପେଡ ନିଉଜ,ପ୍ରିଣ୍ଟ ମିଡିଆ,ସୋସିଆଲ ମିଡିଆ, ଇଲୋକ୍ର୍ଟୋନିକ ମିଡିଆ ଉପରେ ଦୃଷ୍ଟି ରଖାଯାଉଛି।ରାଜନୈତିକ ଦଳ ମାନଙ୍କ ସହ ଆଲୋଚନା ଆଧାର ରେ ବିଭିନ୍ନ ଦ୍ରବ୍ୟ ର ମୂଲ୍ୟ ସୂଚୀ ନିର୍ଦ୍ଧାରଣ ହୋଇଛି ଓ ଏହି ଆଧାର ରେ ଖର୍ଚ୍ଚ ର ହିସାବ ରଖାଯାଉଛି ବୋଲି ବିଭିନ୍ନ ଟିମ ପକ୍ଷରୁ ସୂଚନା ଦିଆଯାଇଥିଲା |ପ୍ରାର୍ଥୀ ବା ଦଳ ମାନଙ୍କର ଖର୍ଚ୍ଚ କୁ କିପରି ଲିପିବଦ୍ଧ କରାଯାଉଛି ତାହାକୁ ସେ ଦେଖିଥିଲେ। ନିର୍ବାଚନ କମିଶନର ଲୋକସଭା ନିର୍ବାଚନ ର ପ୍ରାର୍ଥୀ ମାନଙ୍କ ପାଇଁ ୯୫ ଲକ୍ଷ ଓ ବିଧାନସଭା ନିର୍ବାଚନର ପ୍ରାର୍ଥୀ ମାନଙ୍କ ପାଇଁ ୪୦ ଲକ୍ଷ ଟଙ୍କା ସର୍ବାଧିକ ଖର୍ଚ୍ଚ ସୀମା ଧାର୍ଯ୍ୟ କରିଛନ୍ତି।ନିର୍ବାଚନ ଦାୟିତ୍ୱ ରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ନିଷ୍ଠାର ସହ ନିରପେକ୍ଷ ଓ ବିନା ଚାପ ବା ଭୟରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ମନିଷା ଷଡ଼ଙ୍ଗୀ, ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା ଟ୍ରେଜେରୀ ଅଧିକାରୀ ମନ୍ମଥ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ପରେ ଶ୍ରୀ ମିଶ୍ର ସଂସ୍କୃତି ଭବନ ଠାରେ ରିଟର୍ଣ୍ଣିଂ ଅଫିସର ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ଏକ ବୈଠକରେ ଖର୍ଚ୍ଚ ତଦାରଖ ସମ୍ପର୍କରେ ଆଲୋଚନା କରିଥିଲେ।
Related Stories
November 22, 2024