ଭୁବନେଶ୍ୱର- ଜିଲ୍ଲାରେ ଜାତୀୟ ଦୁର୍ବିପାକ ପ୍ରଶମନ ବାହିନୀ ପକ୍ଷରୁ ବିପର୍ଯ୍ୟୟ ସଂକ୍ରାନ୍ତୀୟ ସଚେତନତା ସୃଷ୍ଟି ନିମନ୍ତେ ଏକ ମାରାଥନର ଆୟୋଜନ କରାଯାଇଛି । ଏହି ମାରାଥନ ଆସନ୍ତା ୨୩ ତାରିଖରେ ଅନୁÂିତ ହେବ । ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବେଅଠକ ଅନୁÂିତ ହୋଇଛି । ଏଥିରେ ପ୍ରାୟ ପାଂଚ ହଜାର ପ୍ରତିଯୋଗୀ ଭାଗ ନେବେ । ଇସ୍ରୋର ଷ୍ଟାଡିୟମରୁ ଷ୍ଟଲିଂ ପର୍ଯ୍ୟନ୍ତ ପ୍ରାୟ ୮ କିଲୋମିର ପର୍ଯ୍ୟନ୍ତ ଗଣ ଦୌଡ଼ର ଆୟୋଜନ କରାଯାଇଛି । ଏଥିରେ ପ୍ରଥମ ହେଲେ ୩୦ ହଜାର ଟଙ୍କା, ଦ୍ୱିତୀୟ ବ୍ୟକ୍ତିଙ୍କୁ ୨୦ ହଜାର ଏବଂ ତୃତୀୟ ସ୍ଥାନ ନିମନ୍ତେ ୧୦ହଜାର ଟଙ୍କା ପୁରସ୍କାର ରାଶି ରଖାଯିବା ସହ ୭ଟି ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ । ଉଭୟ ପୁରୁଷ ଓ ମହିଳା ଶ୍ରେଣୀରେ ଏହି ପୁରସ୍କାର ପ୍ରଦାନ କରାଯିବ । ଇଚ୍ଛୁକ ପ୍ରତିଯୋଗୀ ମାନେ ନିର୍ଦ୍ଧିଷ୍ଟ ଫର୍ମ ପୂରଣ କରି ଦ୍ୱାଟସଅପ ନମ୍ବରକୁ ପ୍ରେରଣ କରି ନିଜ ନାମ ପଂଜିକରଣ କରିପାରିବେ । ଏ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଜିଲ୍ଲା ୱେବସାଇଟରେ ଉପଲବ୍ଧ ହେବ । ଏଥବରେ ଶିକ୍ଷାନୁÂାନର ଛାତ୍ରଛାତ୍ରୀ, ଯୁବବର୍ଗ ଓ ବିଭିନ୍ନ ଅନୁÂାନର କର୍ମକର୍ତା ପ୍ରମୁଖ ଭାଗ ନେବେ । ଏଥି ସହ ମାରାଥନ ପଥରେ ବିଭିନ୍ନ ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର, ପାନୀୟ ଜଳ, ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ । ଜିଲ୍ଲାରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ୍ରବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଉକ୍ତ ଦିନକୁ ଆମନ୍ତ୍ରଣ କରାଯିବ ।
ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ଦିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଆଇଏଏସ ଅଧିକାରୀ ମୟୁର ସୂର୍ଯ୍ୟବଂଶୀ, ଏନଡିଏଫର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।