ଅହମଦାବାଦ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜନସଭାର ଭିଡିଓ ଏଡିଟ୍ କରି ଭାଇରାଲ କରିବା କାରଣରୁ ଦୁଇ ଅଭିଯୁକ୍ତଙ୍କୁ ସାଇବର କ୍ରାଇମ ବ୍ରାଂଚ ମଙ୍ଗଳବାର ଗିରଫ କରିଛି । ଏଥିରେ ଜଣେ ଅଭିଯୁକ୍ତ କଂଗ୍ରେସ ବିଧାୟକଙ୍କ ପିଏ ଓ ଅନ୍ୟଜଣେ ଆମ୍ ଆଦମୀ ପାର୍ଟିୀ କାର୍ଯ୍ୟକର୍ତ୍ତା । ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି ।
ସୂଚନା ଅନୁସାରେ ଅମିତ ଶାହ ପାଲନପୁର ଓ ଲିମଖେଡାରେ ଆୟୋଜିତ ଜନସଭାର ଭିଡିଓ ଭୁଲ ଭାବେ ଏଡିଟ୍ କରି ଭାଇରାଲ କରିଥିଲେ । ଏଥିରେ ସଂରକ୍ଷଣ ସଂପର୍କରେ ଭୁଲ ପ୍ରଚାର କରାଯାଇଥିଲା ।