
ନୂଆଦିଲ୍ଲୀ, କଂଗ୍ରେସ ପାର୍ଟି ପଂଜାବର ପ୍ରଭାରୀ ଦେବେନ୍ଦ୍ର ଯାଦବଙ୍କୁ ଦିଲ୍ଲୀ ପ୍ରଦେଶର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି । ପାର୍ଟିର ଅଧ୍ୟକ୍ଷ ପଂଜାବର ପ୍ରଭାର ସହ ତାଙ୍କୁ ଦିଲ୍ଲୀର ଏହି ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି । ପ୍ରଦେଶ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂହ ଲଭଲୀଙ୍କ ଇସ୍ତଫା ପରେ ଏହି ପଦ ଖାଲିଥିଲା । କଂଗ୍ରେସର ସଂଗଠନ ମହାସଚିବ କେସି ବେଣୁଗୋପାଳ ଦେବେନ୍ଦ୍ର ଯାଦବଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି ।