ଜୟପୁର, ଉପରାଷ୍ଟ୍ରପତି ଜଗଦୀପ ଧନଖଡ କହିଛନ୍ତି ଯେ, ଶଇକ୍ଷା ସମାଜ ପରିବର୍ତ୍ତନରେ ସବୁଠୁ ପ୍ରଭାବୀ ମାଧ୍ୟମ ଅଟେ । ପ୍ରତି କ୍ଷେତ୍ରରେ ସେହିମାନେ ନେତୃତ୍ୱ ନେଉଛନ୍ତି, ଯେଉଁମାନେ ଶିକ୍ଷାରେ ନିଜର ସ୍ଥାନ ବନାଇପାରିଛନ୍ତି । ସେ ନିଜ ଜୀବନରେ ନିଜର ସୈନିକ ସ୍କୁଲ, ଚିତ୍ତେୌଡଗଡର ସଂସ୍କାର ଓ ଅନୁଭବର ଗୁରୁତ୍ୱକୁ ମନେ ପକାଇ କହିଛନ୍ତି ଯେ, ମୋର ପ୍ରକୃତ ଜନ୍ମ ଚିତ୍ତୋରଗଡ ସୈନିକ ସ୍କୁଲରେ ହୋଇଥିଲା ।
ମଙ୍ଗଳବାର ଉପରାଷ୍ଟ୍ରପତି ଜୟପୁରରେ ରାଜସ୍ଥାନ ପତ୍ରିକାର ପ୍ରତିଷ୍ଠାତାର ସ୍ୱର୍ଗୀୟ କର୍ପୁର ଚନ୍ଦ୍ର କୁଳିଶଙ୍କ ସ୍ମୃତିରେ କୋଠରୀ ପରିବାରର ‘ ଦ କୁଳିଶ ସ୍କୁଲ’ର ଉଦଘାଟନ ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ, ଶିକ୍ଷକ ଓ ମାନ୍ୟଗଣ୍ୟ ଅତିଥିଙ୍କୁ ସଂବୋଧିତ କରିଥିଲେ । ପ୍ରତି ପିଲାଙ୍କୁ ସେମାନଙ୍କ ରୁଚି ଅନୁସାରେ ନିଜ ପ୍ରତିଭା ଅଭିବ୍ୟକ୍ତ କରିବାର ପର୍ଯ୍ୟାପ୍ତ ସୁଯୋଗ ମିଳିବା ଆବଶ୍ୟକ ବୋଲି ସେ ଗୁରୁତ୍ୱ ଦେଇଥିଲେ ।