
ବଲାଙ୍ଗିର, ଆଜି ପତିତପାବନ ଏକାଡେମୀ, ବଲାଙ୍ଗିରର ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ରତ୍ନମାଳା ବେହେରାଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିନୁ ସୁନ୍ଦର ପାଢ଼ୀ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଶ୍ରୀମତୀ ରତ୍ନମାଳା ବେହେରା ଏହି ବିଦ୍ୟାଳୟରେ ତା ୧୧-୦୮-୨୦୦୭ ରୁ ହିନ୍ଦୀ ଶିକ୍ଷୟିତ୍ରୀ ଭାବରେ ଯୋଗଦେଇ ଦକ୍ଷତାର ସହିତ ନିଜର ଶିକ୍ଷାଦାନ ସମାପନ କରିଛନ୍ତି । ଆଜିର ବିଦାୟକାଳୀନ ସଭାରେ ପ୍ରଧାନ ଶିକ୍ଷକ ତାଙ୍କୁ ମାନପତ୍ର, ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ସଭା ପରିଚାଳନା ସୁନିତା ବିଶ୍ବାଳ ଏବଂ ସସ୍ମିତା ରାଣୀ ମିଶ୍ର କରିଥିଲେ। ଶିକ୍ଷୟିତ୍ରୀ ମଧୁମିତା ମିଶ୍ର ସ୍ଵ ରଚିତ କବିତା ପାଠ କରିଥିଲେ।
ଏହି ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଝୁନୁଲତା ସାବତ ଧନ୍ୟବାଦ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା ।