
ଭୁବନେଶ୍ୱର,ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସୁଦ୍ଧା ୩୬୭ ଅଂଶୁଘାତ ରୋଗୀ ବିଭିନ୍ନ ମେଡିକାଲରେ ଭର୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରେ ସର୍ବାଧିକ ୬୦ ଜଣ ଏବଂ ମୟୂରଭଞ୍ଜରେ ୫୦ ରୋଗୀ ରହିଛନ୍ତି । ସେହିପରି ସରକାରୀ ଭାବେ ଏ ପର୍ଯ୍ୟନ୍ତ ଅଂଶୁଘାତରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଅଂଶୁଘାତରୁ ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଅତ୍ୟଧିକ ଖରା ଯୋଗୁଁ ସନବର୍ଣ୍ଣ ଭଳି ଚର୍ମ ରୋଗ ହୋଇପାରେ । ପିକ ଆୱାରରେ ଘରେ ରୁହନ୍ତୁ । ଖରାରେ ଛୋଟ ପିଲା, ବୃଦ୍ଧ, ଗର୍ଭବତୀ ମହିଳାଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।