
ଜୟପୁର, କୋରାପୁଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ତରଫରୁ ବଡ଼ କେରଙ୍ଗା ପଞ୍ଚାୟତ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଏକ କର୍ମୀ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା। ଏହି କର୍ମୀ ସମ୍ମିଳନୀରେ କୋରାପୁଟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ, କୋରାପୁଟ ବ୍ଲକ ଅଧକ୍ଷା ନମିତା ମାଝୀ, ବରିଷ୍ଠ କଂଗ୍ରେସ ନେତା ବାବୁଲା ବେନିୟା ଓ ଜଗଦୀଶ ଖୋସଲାଙ୍କ ସମେତ ଅନେକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସ୍ଵାଧୀନତାର ୭୫ ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ ଆଜି ବି ବଡ଼ କେରଙ୍ଗା ପଞ୍ଚାୟତବାସୀ ଅବହେଳିତ ଭାବେ ଦିନ କାଟୁଛନ୍ତି। ନିକଟରେ କୋଲାବ ଜଳ ଭଣ୍ଡାର ରହିଥିଲେ ମଧ୍ୟ ଗ୍ରାମକୁ ନା ଅଛି ପାଣି ନା ଯାଇଛି ବିଦ୍ୟୁତ। କୋଲାବ ଜଳ ଭଣ୍ଡାର ନିକଟରେ ଘର କରି ମଧ୍ୟ ଗ୍ରାମବାସୀ ଜଳ କଷ୍ଟ ଭୋଗୁଛନ୍ତି। ଲାଗି ରହିଥିବା ସମସ୍ୟା ଦୂର କରିବା ପାଇଁ ସ୍ଥାନୀୟ ପ୍ରଶାସନଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କୁ ଗୁହାରି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଯେଉଁ ନେତାକୁ ଭୋଟ ଦେଲୁ ସେ ଆମ ଦୁଃଖ ବୁଝିଲା ନାହିଁ ଏଥର ଆମେ ନେତା ବଦଳାଇବୁ ବୋଲି ଅଞ୍ଚଳବାସୀ କହିଛନ୍ତି। ଗୋଟେ ପଟେ ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟ ପଟେ ନେତାଙ୍କ ଦେଖା ମିଳୁନାହିଁ। ନିର୍ବାଚନ ବେଳେ ଆସୁଛନ୍ତି ମିଠା ମିଠା କଥା କହି ଭୋଟ ନେଉଛନ୍ତି ଭୋଟ ନେଇ ସାରିବା ପରେ ଆଉ ନେତାଙ୍କ ଦେଖା ମିଳୁନାହିଁ। ଏଥର ଠିକ ନେତାଙ୍କୁ ଭୋଟ ଦେବୁ ବୋଲି ଅଞ୍ଚଳବାସୀ କହିଛନ୍ତି। କଂଗ୍ରେସ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ କଂଗ୍ରେସର ରହିଥିବା ୯ ଗୋଟି ଇସ୍ତାହାର ବିଷୟରେ ଅଞ୍ଚଳବାସୀଙ୍କୁ ବୁଝାଇ ଥିଲେ। ଯଦି ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ଆସିବ ନିଶ୍ଚିତ ୯ ଗୋଟି ଇସ୍ତାହାର ଓଡିଶାରେ କାର୍ଯ୍ୟକାରୀ ହେବ ବୋଲି କୃଷ୍ଣ କୁଲଦୀପ କହିଛନ୍ତି। ଅନ୍ୟ ଦଳକୁ ଭୋଟ ଦେଲ କିନ୍ତୁ କିଛି ବିକାଶ ହେଲା ନାହିଁ ମୋତେ ଥରେ ସୁଯୋଗ ଦିଅ ମୁଁ ନିର୍ବାଚିତ ହୋଇ ଆସିଲେ ଅଞ୍ଚଳରେ ଲାଗି ରହିଥିବା ସମସ୍ୟାକୁ ଦୂର କରିବା ସହିତ କୋରାପୁଟ ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର ନିର୍ବାଚନ ମଣ୍ଡଳୀ ଭାବେ ଗଢି ତୋଳିବା ପାଇଁ ମୋର ଇଚ୍ଛା ବୋଲି କୋରାପୁଟ କଂଗ୍ରେସ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ କହିଛନ୍ତି।