– ଜୟପୁରରେ ହେବ ସତେତନତା ଶୋଭାଯାତ୍ରା
ଜୟପୁର- ଜୟପୁର ସହରର ଜ୍ୟୋତି କଲ୍ୟାଣ ମଣ୍ଡପରେ ନାଗରିକାତା ସଂଶୋଧନ ଅଧିନିୟମ (ସିଏଏ) ସପକ୍ଷରେ ଭାଜପାର ଜନଜାଗରଣ ସମାବେଶ ଅନୁÂିତ ହୋଇଛି । ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) କୁ ବିରୋଧି ମାନେ ଯେପରି ଭାବରେ ନକରାତ୍ମକ ପ୍ରଚାର କରୁଛନ୍ତି ତାହାକୁ ରୋକ ଲଗାଇବା ସହ ରାଜ୍ୟ ବ୍ୟାପି ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି । ଏନେଇ ଆଜି ଜୟପୁରରେ ିଜିଲ୍ଲା ସଭାପତି ସୁମନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶୋଭାଯାତ୍ରା କରାଯାଇଥିଲା ।
ଏହି ଅବସରରେ ଦଳର କାର୍ଯ୍ୟକର୍ତା ମାନେ କହିଥିଲେ ଯେ ଏହି ଆଇନକୁ ବିଶ୍ୱର ସବୁଠାରୁ ବଡ ମାନବାଧୀକାର ଆଇନ କହିଲେ ଭୁଲ ହେବ ନାହିଁ, ମୋଦି ସରକାର ନାଗରିକତା ସଂଶୋଧନ ନିୟମ ୨୦୧୯ ସଂସଦରେ ପାରିତ କରି ଗାନ୍ଧୀଜିଙ୍କ ପ୍ରତି ଶ୍ରଦ୍ଧାଜଂଳି ଦେଇଛି । ନାଗରିକତା ସଂଶୋଧନ ଆଇନ ଦ୍ୱାରା ପାକିସ୍ତାନ, ବାଙ୍ଗଲାଦେଶ, ଆଫଗାନିସ୍ତାନରେ ଧାର୍ମିକ ଉପôୀଡନର ଶୀକାର ହୋଇ ସେଠାରୁ ବିସ୍ଥାପିତ ହୋଇଥିବା ହିନ୍ଦୁ, ବୌଦ୍ଧ, ଶିଖ, ଜୈନ, ପାର୍ସୀ, ଖ୍ରୀଷ୍ଟିଆନ ମାନଙ୍କୁ ଭାରତ ନାଗରିକତା ଦିଆଯିବ । ଏହି ସମ୍ବିଧାନର ଧାରା ୧୪କୁ ସିଏଏ ଉଲ୍ଲଂଘନ କରୁ ନାହିଁ , ଧାରା ୧୪ରେ ବାରତୀୟ ନାଗରିକ ସମ୍ପର୍କରେ ଲେଖାଯାଇଛି । ସିଏଏ ଉପରେ ଦଳ ପକ୍ଷରୁ ଓଡିଶା ସମେତ ସାରାଦେଶରେ ମାସେ ବ୍ୟାପି ଜନ ଜାଗରଣ ଅଭିଯାନ କରାଯିବ । ସିଏଏକୁ ନେଇ କେହି ଭୟଭିତ ହେବାର କୌଣସି କାରଣ ନାହିଁ ବୋଲି ସଚେତନ କରାଯାଇଥିଲା । ବିରୋଧୀ ଦଳ ପକ୍ଷରୁ ଏପରି ଗୁଜବ ସୃଷ୍ଟି କରାଯାଇଛି ଯେ ଦେଶର ମୁସଲମାନ ମାନଙ୍କ ଠାରୁ ନାଗରିକତା ଛଡାଇ ନିଆଯିବ ବୋଲି ଯେଉଁ ପ୍ରଚାର କରାଯାଇଛି ସେଥିରେ କୌଣସି ସତ୍ୟତା ନାହିଁ । ଏନେଇ ଓଡିଶାର ଜୟପୁର ସମେତ ୫ଟି ସ୍ଥାନରେ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇ ସପକ୍ଷରେ ସେଚତନ କରିବା ନେଇ ସ୍ଥିର ହୋଇଛି ।
ବିଜେପିର ଜିଲା ସଭାପତି ସୁମନ୍ତ କୁମାର ପ୍ରଧାନ. ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ନିକୁଞ୍ଜ ପଟ୍ଟନାୟକ, ବିଜୟ ମିଶ୍ର.ଜୟ ରାମ ଗରଡା, ବରିÂ ନେତା ତଥା ଜୋନାଲ ମିଡିଆ ଆବାହକ ଦେବେନ୍ଦ୍ର ବାହିନିପତି, ଗୌତମ ସାମନ୍ତରାୟ ପ୍ରମୁଖ ମଂଚାସିନ ରହିଥିଲେ ।