
ନୂଆଦିଲ୍ଲୀ, ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ଆଜି ଉଭୟଙ୍କ ଗିରଫଦାରି ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜଷ୍ଟିସ ସଂଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚ ଏମାନଙ୍କ ଗିରଫଦାରିକୁ ଚ୍ୟାଲେଂଜ ଦେଉଥିବା ପିଟିସନ ଉପରେ ଶୁଣାଣି କରିବେ । ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଇଡି ପକ୍ଷରୁ ଗିରଫଦାରିକୁ ଚ୍ୟାଲେଂଜ କରିଛନ୍ତି କେଜରିୱାଲ । ଅନ୍ୟପଟେ ଝାରଖଣ୍ଡ ହାଇକୋର୍ଟ ତାଙ୍କ ପିଟିସନ ଉପରେ ନିଷ୍ପତ୍ତି ନେବାରେ ବିଳମ୍ବକୁ ନେଇ ପିଟିସନ ଦାୟର କରିଛନ୍ତି ସୋରେନ ।